CHARIDHAM

କମେଡିଆନ ଭାରତୀ ସିଂ ଗିରଫ

ମୁମ୍ବାଇ,୨୧/୧୧: ୪ଘଣ୍ଟା ଜେରା ପରେ କମେଡିଆନ ଭାରତୀ ସିଂ ଙ୍କୁ ଗିରଫ କରିଛି NCB। ଡ୍ରଗ୍ସ ସେବନ ମାମଲାରେ ଗିରଫ କରିଛି ଏନସିବି। ତେବେ ଆଜି ଭାରତୀଙ୍କ ଘରୁ ଗଞ୍ଜେଇ ଜବତ କରିଥିଲା NCB। ଅନ୍ଧେରି ସ୍ଥିତ ଘରେ ଆଜି ରେଡ଼ ପରେ ମିଳିଥିଲା ଏହି ସାମଗ୍ରୀ। ଚଢାଉ ସମୟରେ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଉପସ୍ଥିତ ରହିଥିଲେ। ଉଭୟ ଗଞ୍ଜେଇ ସେବନ କରୁଥିବା ସ୍ୱୀକାର କରିଛନ୍ତି।