ଏଣିକି କମର୍ସ-ଆଟ୍ସ ଷ୍ଟୁଡେଣ୍ଟ ବି ହୋଇପାରିବେ କମର୍ସିଆଲ ପାଇଲଟ, ଆରମ୍ଭ ହେବ ଟ୍ରେନିଂ କୋର୍ସ!
ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଅର୍ଥାତ ଡିଜିସିଏ ଖୁବଶୀଘ୍ର କମର୍ସିଆଲ ପାଇଲଟ ଲାଇସେନ୍ସ ଟ୍ରେନିଂର ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ଆସନ୍ତୁ ଜାଣିବା ଏହି ବିଷୟରେ..
ନୂଆଦିଲ୍ଲୀ: ଆଟ୍ସ ଏବଂ କମର୍ସ ଷ୍ଟ୍ରୀମ ଛାତ୍ରଙ୍କ ପାଖରେ ଦ୍ୱାଦଶ ପାସ ପରେ ଅନେକ ପ୍ରକାରର କ୍ୟାରିୟରର ଅପସନ ଅଛି । କିନ୍ତୁ ସେମାନେ ଚାହିଁଲେ ମଧ୍ୟ ପାଇଲଟ ହୋଇପାରିବେନି । ହେଲେ ବର୍ତ୍ତମାନ କମର୍ସ ଏବଂ ଆଟ୍ସର ଛାତ୍ରଛାତ୍ରୀମାନଙ୍କ ପାଖରେ ମଧ୍ୟ ଏହି ଏଣିକି ଅପସନ ରହିବ ।
ସେମାନେ ଚାହିଁଲେ, କମର୍ସିଆଲ ପାଇଲଟ ହୋଇପାରିବେ । ମିଡିଆ ରିପୋର୍ଟ ମୁତାବକ, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଅର୍ଥାତ ଡିଜିସିଏ କମର୍ସିଆଲ ପାଇଲଟ ଲାଇସେନ୍ସ ଟ୍ରେନିଂ ପାଇଁ ଯୋଗ୍ୟତା ମାନଦଣ୍ଡରେ ପରିବର୍ତ୍ତନ କରିବା ଉପରେ ନିଷ୍ପତ୍ତି ନେଉଛି ।
ଏପର୍ଯ୍ୟନ୍ତ ସିପିଏଲ ଟ୍ରେନିଂ ପାଇଁ ଛାତ୍ରଛାତ୍ରୀଙ୍କୁ ଦ୍ୱାଦଶରେ ଫିଜିକ୍ସ ଏବଂ ମ୍ୟାଥ ରଖିବା ବାଧ୍ୟତାମୂଳକ ଥିଲା । କିନ୍ତୁ ଡିଜିସିଏ ଖୁବଶୀଘ୍ର କମର୍ସ ଏବଂ ଆଟ୍ସ ବ୍ୟାକଗ୍ରାଉଣ୍ଡର ଛାତ୍ରଛାତ୍ରୀଙ୍କୁ ମଧ୍ୟ ପାଇଲଟ ପ୍ରଶିକ୍ଷଣ ନେବାର ଅନୁମତି ଦେଇପାରେ ।