fbpx

ସ୍ଵର୍ଣ୍ଣ ପଦକ ଆଶାରେ ମଇଦାନକୁ ଓହ୍ଲାଇବେ ସିନ୍ଧୁ, ଭାରତୀୟ ହକି ଦଳ, ଜାଣନ୍ତୁ ୧୧ମ ଦିନର ପୂରା କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ରବିବାର ଦମଦାର ପ୍ରଦର୍ଶନ କରିବା ପରେ ରାଜ୍ୟଗୋଷ୍ଠୀ କ୍ରୀଡାର ଶେଷ ଦିନରେ ଭାରତୀୟ ଖେଳାଳି ୬ ପଦକ ପାଇଁ ମଇଦାନକୁ ଓହ୍ଲାଇବେ। ଏ ପର୍ଯ୍ୟନ୍ତ ୫୫ ପଦକ ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଆଜି ହକି ଦଳ ଫାଇନାଲ୍ ମୁକାବିଲାରେ ଅଷ୍ଟ୍ରେଲିଆକୁ ଭେଟିବ। ନ୍ୟୁଜିଲାଣ୍ଡକୁ ପଛରେ ପକାଇ ତାଲିକାର ଚତୁର୍ଥ ସ୍ଥାନରେ ରହିବାକୁ ଭାରତ ଲକ୍ଷ୍ୟ ରଖିଛି। ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ଏବଂ ଲକ୍ଷ୍ୟ ସେନ ନିଜର ଫାଇନାଲ୍ ମୁକାବିଲା ଖେଳିବେ। ଟେବୁଲ ଟେନିସରେ ଶରତ କମଲ ଫାଇନାଲ୍ ଖେଳିବେ ଏବଂ ସାଥିୟାନ ନିଜର କାଂସ୍ୟ ପଦକ ପାଇଁ ମଇଦାନକୁ ଓହ୍ଲାଇବେ। ୧୧ତମ ଦିନର ଭାରତୀୟ ଖେଳାଳିଙ୍କ ପୂରା କାର‌୍ୟ୍ୟକ୍ରମ ଭାରତୀୟ ସମୟ ଅନୁସାରେ ଏହି ପ୍ରକାର ରହିଛି।

ବ୍ୟାଡମିଣ୍ଟନ

୧ଟା ୨୦ ପିଏମ- ମହିଳା ଏକକ ଫାଇନାଲ ମୁକାବିଲା, ପିଭି ସିନ୍ଧୁ ବନାମ ମିଶେଲ ଲି।
୨ଟା ୧୦ ପିଏମ- ପୁରୁଷ ଏକକ ଫାଇନାଲରେ ଲକ୍ଷ୍ୟ ସେନ।
୩ଟା ପିଏମ- ସାତ୍ତ୍ଵିକ ଏବଂ ଚିରାଗଙ୍କ ଯୋଡି ପୁରୁଷ ଡବଲ୍ସର ଫାଇନାଲ୍ ମ୍ୟାଚ୍.

ଟେବୁଲ ଟେନିସ

୩ଟା ୩୫ ପିଏମ- ସାଥିୟାନ ନିଜର ପୁରୁଷ ଏକକର କାଂସ୍ୟ ପଦକ ମ୍ୟାଚ୍ ଖେଳିବେ।
୪ଟା ୨୫ ପିଏମ- ପୁରୁଷ ଏକକ ବର୍ଗର ଫାଇନାଲରେ ଶରତଙ୍କ ମୁକାବିଲା।

ହକି

ସନ୍ଧ୍ୟା ୫ଟା- ପୁରୁଷ ହକି ଟିମର ଫାଇନାଲ୍ ମୁକାବିଲା ଅଷ୍ଟ୍ରେଲିଆ ସହ।
୬ ପଦକ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଅଂଶ ଗ୍ରହଣ କରୁଛନ୍ତି। ପିଭି ସିନ୍ଧୁଙ୍କଠୁ ସ୍ଵର୍ଣ୍ଣ ପଦକ ଆଶା ରହିଛି। ହକି ଦଳ ମଧ୍ୟ ପୂରା ଫର୍ମରେ ଅଛନ୍ତି ଏବଂ ସ୍ଵର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ଭାରତ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡାର ଶେଷ ଦିନ ରବିବାର ପରି ଦମଦାର ସାବ୍ୟସ୍ତ ହୋଇପାରେ।

Get real time updates directly on you device, subscribe now.