fbpx

ରାହୁଲ ଗାନ୍ଧୀଙ୍କୁ ‘ରାବଣ’ ବୋଲି କହି ଫସିଗଲା BJP ! ଜୟପୁରରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ରାଜସ୍ଥାନର ରାଜଧାନୀ ଜୟପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବିରୋଧରେ ଏକ ଅଭିଯୋଗ ରୁଜୁ ହୋଇଛି । ଜୟପୁରର ଓକିଲ ଜସୱନ୍ତ ଗୁର୍ଜର ଏହି ଅଭିଯୋଗ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ବିଷୟରେ ନିର୍ମିତ ‘ରାବଣ’ ପୋଷ୍ଟକୁ ନେଇ ଜସୱନ୍ତ ଆପତ୍ତି କରିଛନ୍ତି । ଏହି ପୋଷ୍ଟକୁ ବିଜେପିର ଟ୍ୱିଟର ହ୍ୟାଣ୍ଡେଲରୁ ପ୍ରସ୍ତୁତ କରାଯାଇଛି ।

ତେବେ ଗତ ଗୁରୁବାର ଦିନ ରାହୁଲ ଗାନ୍ଧୀଙ୍କ ଏକ ପୋଷ୍ଟର ବିଜେପି ଦ୍ୱାରା ପୋଷ୍ଟ କରାଯାଇଥିଲା । ପୋଷ୍ଟର ରିଲିଜ୍ ହୋଇଥିଲା ଏବଂ ଏଥିରେ ଲେଖାଥିଲା ଯେ, ‘ନୂଆ ଯୁଗର ରାବଣ ଏଠାରେ ଅଛି । ସେ ଦୁଷ୍ଟ, ଧର୍ମ ବିରୋଧୀ, ରାମ ବିରୋଧୀ, ତାଙ୍କର ଉଦ୍ଦେଶ୍ୟ ହେଉଛି ଭାରତକୁ ଧ୍ୱଂସ କରିବା ।’

ଯେତେବେଳେ ବିଜେପି ରାହୁଲ ଗାନ୍ଧୀଙ୍କ ‘ରାବଣ’ ପୋଷ୍ଟର ଜାରି କଲା, ସେତେବେଳେ କଂଗ୍ରେସ ଆକ୍ସନ ମୋଡକୁ ଆସିଗଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ପୋଷ୍ଟର ଜାରି କରି କଂଗ୍ରେସ ଏହାର ଜବାବ ଦେଇଦେଲା । କଂଗ୍ରେସ ପୁଣିଥରେ ଆଦାନୀଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛି । କଂଗ୍ରେସ କେବଳ ଲେଖିଛି ଯେ, ‘ୟାଙ୍କର ଡୋର ତାଙ୍କ ହାତରେ’ । କଂଗ୍ରେସ କହିବାକୁ ଚାହୁଁଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡୋର ହାତରେ ଆଦାନୀ ହାତରେ ରହିଛି ।

ବିଜେପିର ଟ୍ୱିଟର ହ୍ୟାଣ୍ଡେଲରୁ ପ୍ରସ୍ତୁତ ଏହି ପୋଷ୍ଟକୁ ଦେଖି ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଟ୍ୱିଟ୍ କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ ଲେଖିଛନ୍ତି, “ଆପଣ ରାଜନୀତି ଏବଂ ବିତର୍କକୁ କେଉଁ ସ୍ତରରେ ନେବାକୁ ଚାହୁଁଛନ୍ତି? ଆପଣଙ୍କ ପାର୍ଟିର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା କରାଯାଉଥିବା ହିଂସାତ୍ମକ ଏବଂ ଉତ୍ତେଜନାମୂଳକ ଟ୍ୱିଟ୍ ସହିତ ଆପଣ ସହମତ କି? ଅଧିକ ସମୟ ବିତିଲା ନାହିଁ ଏବଂ ଆପଣ ଶୁଦ୍ଧତାର ଶପଥ ନେଇଥିଲ । କ’ଣ ପ୍ରତିଜ୍ଞା ପରି ଶପଥ ଭୁଲି ଯାଇଛ କି? ”

Get real time updates directly on you device, subscribe now.