fbpx

ପୋଲିସର ନୂଆ ଫଣ୍ଡା: ଫିଟ୍ ନରହିଲେ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୧୭ ।୭(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ କମିଶନରେଟ ପୋଲିସକୁ ଫିଟେନେସର ଚିନ୍ତା ଲାଗିଛି । ମାସକ ମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ପେଟ କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଜକୁ ଫିଟ୍ ରଖିବାକୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।

ଏହା ସହ ସେ କହିଛନ୍ତି ଯେ, ଫିଟ୍ ନରହିଲେ ଇନକ୍ରିମେଣ୍ଟ ବନ୍ଦ ହୋଇପାରେ । ସପ୍ତାହକ ମଧ୍ୟରେ ସବୁ କର୍ମଚାରୀଙ୍କ ଉଚ୍ଚତା, ଓଜନ ମପାଯିବ । ଏହା ପରେ ପୁଣି ଆଉ ୩ ମାସ ପରେ ଉଚ୍ଚତା ଓ ଓଜନ ମପାଯିବ । ୩ ମାସ ପରେ ବିଏମଆଇ ୩୦ ଟପିଲେ ବାଧ୍ୟତାମୂଳକ ବ୍ୟାୟାମ କରିବାକୁ ପଡିବ । ପୋଲିସଙ୍କୁ ଦେଢମାସିଆ ରିଫ୍ରେସର କୋର୍ସ ବି କରିବାକୁ ପଡିବ । ’


ତେବେ ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁ ପୋଲିସ ଏହି ନିୟମକୁ ଅମାନ୍ୟ କରିବେ, ସେମାନଙ୍କୁ ଆବଶ୍ୟକ ପଡିଲେ ସ୍ୱାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ମଧ୍ୟ ଦିଆଯିବ ବୋଲି ଆଜି କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।

Get real time updates directly on you device, subscribe now.