fbpx

ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ବିଜ୍ଞପ୍ତି: କମ୍ପ୍ୟୁଟର ଆସିଷ୍ଟାଣ୍ଟ, ଡାଟା ଆସିଷ୍ଟାଣ୍ଟ ଓ ଫିଜିଓଥେରାପିଷ୍ଟ ପଦରେ ଦିଆଯିବ ନିଯୁକ୍ତି

ରାଜ୍ୟର ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଭଲ ନିଯୁକ୍ତି ସୁଯୋଗ । ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ମେଡିକାଲ ଅଫିସର ଆୟୁଷ- ଆରବିଏସକେ (ବିଏଚଏମଏସ), ମେଡିକାଲ ଆୟୁଷ କୋ-ଲୋକେଟେଡ ୟୁନିଟ, ଇମ୍ୟୁନାଇଜେସନ କମ୍ପ୍ୟୁଟର ଆସିଷ୍ଟାଣ୍ଟ, ଡାଟା ଆସିଷ୍ଟାଣ୍ଟ-କମ-ଆକାଉଣ୍ଟାଣ୍ଟ, ଅର୍ବାନ ହେଲଥ, ଫିଜିଓଥେରାପିଷ୍ଟ ଆଦି ପଦ ପାଇଁ ଚାକିରି ବାହାରିଛି ।

ମେଡିକାଲ ଅଫିସର ଆୟୁଷ- ଆରବିଏସକେ (ବିଏଚଏମଏସ) ଓ ମେଡିକାଲ ଆୟୁଷ କୋ-ଲୋକେଟେଡ ୟୁନିଟ ପାଇଁ ଦରମା ୨୭,୬୯୯ ଟଙ୍କା ରହିଛି । ସେହିପରି ଇମ୍ୟୁନାଇଜେସନ କମ୍ପ୍ୟୁଟର ଆସିଷ୍ଟାଣ୍ଟ ପାଇଁ ୨୦,୪୭୦ ଟଙ୍କା, ଡାଟା ଆସିଷ୍ଟାଣ୍ଟ-କମ-ଆକାଉଣ୍ଟାଣ୍ଟ, ଅର୍ବାନ ହେଲଥ ପାଇଁ ୧୪,୪୨୧ ଟଙ୍କା, ଫିଜିଓଥେରାପିଷ୍ଟ ପାଇଁ ୩୨,୫୬୯ ଟଙ୍କା ରହିଛି । ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି ।

ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା ଅଲଗା ଅଲଗା ରହିଥିବା ବେଳେ ପ୍ରାର୍ଥୀଙ୍କର କାର୍ୟ୍ୟ କ୍ଷେତ୍ରରେ ଅଭିଜ୍ଞତା ରହିଥିବା ଆବଶ୍ୟକ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ପ୍ରଥମେ ଭଲଭାବେ ପଢ଼ି ସେଥିରେ ଦିଆଯାଇଥିବା ଆପ୍ଲିକେସନ ଫର୍ମକୁ ଡାଉନଲୋଡ୍ କରି ପୂରଣ କରିବା ପରେ ପ୍ରଦତ୍ତ ଠିକଣାରେ ପଠାଇବାକୁ ଅନୁରୋଧ । ପ୍ରାର୍ଥୀମାନେ ଆପ୍ଲିକେସନ ଫର୍ମରେ ପୋଷ୍ଟର ନାମ ଲେଖିବା ସହିତ ଆସନ୍ତା ୧୩ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ରେଜିଷ୍ଟର୍ଡ ପୋଷ୍ଟ / ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପଠାଇବାକୁ ଅନୁରୋଧ ।

ନୋଟିଫିକେସନ ଲିଙ୍କ: https://cdn.s3waas.gov.in/s3605ff764c617d3cd28dbbdd72be8f9a2/uploads/2024/01/2024012094.pdf

Get real time updates directly on you device, subscribe now.