fbpx

ଶେଷ ହେଲା ଜେ.ଇ.ଇ. ମେନ୍‍ ପାଇଁ ଆବେଦନ, ଜାଣନ୍ତୁ କେବେ ଉପଲବ୍ଧ ହେବ ଆଡ୍‍ମିଟ୍‍ କାର୍ଡ଼

ଭୁବନେଶ୍ୱର: ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ ଜେ.ଇ.ଇ. ମେନ୍‍ ପାଇଁ ଆବେଦନ ଓ ତ୍ରୁଟି ସଂଶୋଧନ ପ୍ରକ୍ରିୟା ଶେଷ ହୋଇଛି। ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଡ୍‍ମିଟ୍‍ କାର୍ଡ଼ ଖୁବ୍‍ ଶୀଘ୍ର ଆରମ୍ଭ ହେବ ବୋଲି ଏନ୍‍.ଟି.ଏ. ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ମାସ ତୃତୀୟ ସପ୍ତାହରେ ଆଡ୍‍ମିଟ୍‍ କାର୍ଡ଼ ଉପଲବ୍ଧ ହେବାକୁ ଥିବାବେଳେ ୨୪ରୁ ୩୧ ତାରିଖ ମଧ୍ୟରେ ଜେ.ଇ.ଇ. ମେନ୍‍ ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଆ ସମେତ ମୋଟ୍‍ ୧୩ଟି ଆଞ୍ଚଳିକ ଭାଷାରେ ପ୍ରଶ୍ନପତ୍ର ଉପଲବ୍ଧ ହେବ ବୋଲି ଏନ୍‍.ଟି.ଏ. ପକ୍ଷରୁ କୁହାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଜେ.ଇ.ଇ. ମେନ୍‍ ପରୀକ୍ଷା ଏପ୍ରିଲ୍‍ରେ ଅନୁଷ୍ଠିତ ହେବ ।

JEE ମେନ୍ ୨୦୨୩ ଆଡମିଟ୍ କାର୍ଡ ଜାରି ହେବା ପରେ ପ୍ରାର୍ଥୀମାନେ ଏହି ଲିଙ୍କ୍ https://jeemain.nta.nic.in/ ରେ କ୍ଲିକ୍ କରି ଏହାକୁ ସିଧାସଳଖ ଡାଉନଲୋଡ୍ କରିପାରିବେ । ଆହୁରି ମଧ୍ୟ ନିମ୍ନରେ ଦିଆଯାଇଥିବା ଏହି ଷ୍ଟେପଗୁଡିକ ମାଧ୍ୟମରେ ଆପଣ ଆପଣଙ୍କର ଆଡମିଟ୍ କାର୍ଡ ମଧ୍ୟ ଦେଖିପାରିବେ । JEE Main ପରୀକ୍ଷା ୨୦୨୩ ଜାନୁଆରୀ ୨୪, ୨୫, ୨୭, ୨୮, ୨୯, ୩୦ ଏବଂ ୩୧ ରେ ଅନୁଷ୍ଠିତ ହେବ । ଆଡମିଟ୍ କାର୍ଡର ଉପରେ ସେଣ୍ଟର, ତାରିଖ ଏବଂ ଶିଫ୍ଟ ଉଲ୍ଲେଖ କରାଯିବ।

ଏହିପରି JEE ମେନ୍ ଆଡମିଟ୍ କାର୍ଡ ୨୦୨୩ ଡାଉନଲୋଡ୍ କରନ୍ତୁ :-

– JEE Main ର ଅଫିସିଆଲ୍ ୱେବସାଇଟ୍ Jeemain.nta.nic.inକୁ ଯାଆନ୍ତୁ ।

– ହୋମପେଜରେ ଉପଲବ୍ଧ JEE Main Admit Card ୨୦୨୩ ସେସନ ୧ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।

– ଲଗଇନ୍ ବିବରଣୀ ଏଣ୍ଟର କରନ୍ତୁ ଏବଂ ସବମିଟ ଉପରେ କ୍ଲିକ୍ କରନ୍ତୁ ।

– ଆପଣଙ୍କର JEE Main Admit Card ୨୦୨୩ ସ୍କ୍ରିନରେ ଦେଖାଯିବ ।

– JEE Main Admit Card ୨୦୨୩ ଚେକ କରନ୍ତୁ ଏବଂ ପେଜ ଡାଉନଲୋଡ୍ କରନ୍ତୁ ।

– ପରବର୍ତ୍ତୀ ଆବଶ୍ୟକତା ପାଇଁ ତାହାର ଏକ ହାର୍ଡ କପି ନିଅ ପାଖରେ ରଖନ୍ତୁ ।

Get real time updates directly on you device, subscribe now.