ପତିଆରା ପାଇଁ ଫୋକସରେ ମହିଳା! ଆରମ୍ଭ ହେବ ପ୍ରିୟ ଦିଦି ଯୋଜନା, ମହିଳାଙ୍କୁ ମାସକୁ ମିଳିବ 2500 ଟଙ୍କା
ଦିଲ୍ଲୀରେ କଂଗ୍ରେସ ଘୋଷଣା କଲା ପ୍ରିୟ ଦିଦି ଯୋଜନା । ପ୍ରତି ମହିଳାଙ୍କୁ ଦେବ ୨,୫୦୦ ଟଙ୍କା
ନୂଆଦିଲ୍ଲୀ: ଦିଲ୍ଲୀର ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହାରି ଭିତରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ଜାରି ରଖିଛି କଂଗ୍ରେସ । ଯଦି ଦଳ କ୍ଷମତାକୁ ଆସେ ତାହେଲେ ପ୍ରିୟ ଦିଦି ଯୋଜନା ଲାଗୁ କରିବା ପାଇଁ ଘୋଷଣା କରାଯାଇଛି ।
ଏହି ଯୋଜନା ଅଧିନରେ ପ୍ରତ୍ୟେକ ମହିଳାଙ୍କୁ ମାସକୁ 2500 ଟଙ୍କା ଲେଖାଏଁ ମିଳିବ । କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ଯୋଜନା ବିଷୟରେ ଘୋଷଣା କରିଛନ୍ତି ।
ତେବେ ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, କର୍ଣ୍ଣାଟକ ଭଳି ନୂଆଦିଲ୍ଲରେ ମ1ଦ୍ୟ ମହିଳାମାନଙ୍କୁ ପ୍ରତ୍ୟେକ ମାସରେ 2500 ଟଙ୍କା ଲେଖାଏଁ ମିଳିବ । ସରକାର କ୍ଷମତାକୁ ଆସିବା ପରେ ପ୍ରଥମ କ୍ୟାବିନେଟରେ ମୋହର ବାଜିବ ।
ଡିକେ ଶିବ କୁମାର ଏହି ଘୋଷଣା କରିବା ସମୟରେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଦେବେନ୍ଦ୍ର ଯାଦବ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ନିର୍ବାଚନରେ ବାଜୁ ମାରିବା ପାଇଁ ସବୁ ଦଳ ବର୍ତ୍ତମାନ ମହିଳାଙ୍କୁ ଫକୋସ କରୁଥିବା ଦେଖାଯାଇଛି ।
ତେବେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହୋଇନଥିଲେ ହେଁ ଆସନ୍ତା ମାସରେ ହେବା ନେଇ ଚର୍ଚ୍ଚା ହେଉଚଛି ।