fbpx

ରାଜ୍ୟସଭାର ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ରାଜସ୍ଥାନରୁ ସୋନିଆ ଗାନ୍ଧୀ ଥିବାବେଳେ ହିମାଚଳ ପ୍ରଦେଶରେ ଅଭିଷେକ ମନୁ ସିଙ୍ଘବୀଙ୍କୁ ଟିକେଟ ଦିଆଯାଇଛି । ଏଥିସହ ବିହାରରୁ ଅଖିଳେଶ ପ୍ରସାଦ ସିଂହ ଏବଂ ମହାରାଷ୍ଟ୍ରରୁ ଚନ୍ଦ୍ରକାନ୍ତ ହଣ୍ଡୋରଙ୍କ ନାମର ଘୋଷଣା କରାଯାଇଛି । ଚନ୍ଦ୍ରକାନ୍ତ ହଣ୍ଡୋର ମହାରାଷ୍ଟ୍ରର ଦଳିତ ନେତା ଅଟନ୍ତି ।

ମହାରାଷ୍ଟ୍ର ପ୍ରଦେଶର ଜଣେ, ତେଲେଙ୍ଗାନାରୁ ଦୁଇ ଜଣ ଏବଂ କର୍ଣ୍ଣାଟକର ତିନି ଜଣ ରାଜ୍ୟସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । ତେବେ ରାଜସ୍ଥାନରୁ ସୋନିଆ ଗାନ୍ଧୀ, ହିମାଚଳ ପ୍ରଦେଶରୁ ଅଭିଶେକ ମନୁ ସିଙ୍ଘବୀଙ୍କୁ ଟିକଟ ଦିଆଯାଇଛି । ଏଥିସହ ବିହାରରୁ ଅଖିଳେଶ ପ୍ରସାଦ ସିଂହ ଏବଂ ମହାରାଷ୍ଟ୍ରରୁ ଚନ୍ଦ୍ରକାନ୍ତ ହଣ୍ଡୋରଙ୍କ ନାମ ଘୋଷଣା କରାଯାଇଛି ।

କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ବୁଧବାର ରାଜସ୍ଥାନରୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ସୋନିଆ ଗାନ୍ଧୀ ଆଜି ବୁଧବାର ସକାଳେ ଜୟପୁରରେ ପହଞ୍ଚିଥିଲେ। ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ସହ ଥିଲେ। ବିମାନବନ୍ଦରରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ରାଜ୍ୟ କଂଗ୍ରେସ କମିଟି ସଭାପତି ଗୋବିନ୍ଦ ସିଂ ଦୋଟାସରା ଏବଂ ଅନ୍ୟ କେତେକ ନେତା ତାଙ୍କୁ ସ୍ୱାଗତ କରିଥିଲେ।

Get real time updates directly on you device, subscribe now.