fbpx

ଲୋକସଭାରୁ ୯୨ ସାଂସଦଙ୍କ ନିଲମ୍ବନକୁ ନେଇ ଏଭଳି କହିଲେ ପ୍ରିୟଙ୍କା ଗାନ୍ଧୀ…

ନୂଆଦିଲ୍ଲୀ: ଗୃହରେ ବିଶୃଙ୍ଖଳା କରୁଥିବା ଅଭିଯୋଗରେ ଲୋକ ସଭା ଓ ରାଜ୍ୟ ସଭାର ମୋଟ ୯୨ ସାଂସଦଙ୍କୁ ପୂରା ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଛି। ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ପ୍ରିୟଙ୍କା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଯେ, ସଂସଦର ସୁରକ୍ଷାରେ ବିପଜ୍ଜନକ ତ୍ରୁଟି ହୋଇଛି। ଏହି ଅବହେଳାର ଉତ୍ତର ମାଗୁଥିବା ୯୨ ବିରୋଧୀ ସାଂସଦଙ୍କୁ ଏକଛତ୍ରବାଦୀ ସରକାର ନିଲମ୍ବିତ କରିଛନ୍ତି। ସଂସଦର ସୁରକ୍ଷା ସୁନିଶ୍ଚିତ କରିପାରି ନ ଥିବା ସରକାର ଗଣତନ୍ତ୍ରକୁ କ୍ଷୁର୍ଣ୍ଣ କରିଛନ୍ତି।

ପ୍ରିୟଙ୍କା ଆହୁରି ମଧ୍ୟ ଲେଖିଛନ୍ତି, ଏକ ପ୍ରକାରେ ସଂସଦରୁ ସମସ୍ତ ବିରୋଧୀଙ୍କୁ ବାହାର କରିଦିଆଯାଇଛି। ଏହା ଭାରତୀୟ ଗଣତନ୍ତ୍ରର ଇତିହାସ ଉପରେ ସବୁଠାରୁ ଲଜ୍ଜାଜନକ ଆକ୍ରମଣ। ଦେଶବାସୀ ଦେଖୁଛନ୍ତି କି ଯେଉଁ ଗଣତନ୍ତ୍ରକୁ ଲକ୍ଷ ଲକ୍ଷ ବଳିଦାନ ଆଧାରରେ ହାସଲ କରାଯାଇଥିଲା, ତାକୁ କିପରି କ୍ଷୁର୍ଣ୍ଣ କରାଯାଉଛି। ତେବେ ପ୍ରିୟଙ୍କାଙ୍କ ସମେତ ସମସ୍ତ ବିରୋଧୀ ଦଳ ନେତା ମାନେ ଏହି ଘଟଣାକୁ ତୀବ୍ର ନିନ୍ଦା କରୁଥିବା ଦେଖିବାକୁ ମିଳୁଛି ।

ସୂଚନା ଥାଉକି, ଲୋକସଭାର ସୁରକ୍ଷା ଉଲ୍ଲଂଘନ ପ୍ରସଙ୍ଗରେ ଗୃହ ଉଠୁଛି ପଡୁଛି। ଫଳରେ ଶୀତ ଅଧିବେଶରେ ସାଂସଦଙ୍କ ହଙ୍ଗାମା ଗୃହ କାର୍ୟ୍ୟକୁ ଅଚଳ କରିଦେଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ଚରମ ନିଷ୍ପତି ନିଆଯାଇଥିବା କୁହାଯାଉଛି। ତେବେ ସଂସଦର ଶୀତକାଳୀନ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଲୋକସଭା ବାଚସ୍ପତି ଓମ ବିର୍ଲା ବିରୋଧୀ ୯୨ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଅନ୍ୟପଟେ ସାଂସଦଙ୍କ ନିଲମ୍ବନ ପରେ ଗୃହକୁ ଆସନ୍ତାକାଲି ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

 

Get real time updates directly on you device, subscribe now.