11ରେ ସମ୍ବିଧାନ ବଞ୍ଚାଅ ସମାବେଶ; ପ୍ରସ୍ତୁତି ଜାରି, ଓଡ଼ିଶା ଆସିବେ ରାହୁଲଙ୍କ ସହ ଖଡ୍ଗେ
ଆସନ୍ତା 11 ତାରିଖରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ହେବ କଂଗ୍ରେସର ସମାବେଶ ।
ଭୁବନେଶ୍ବର: ଆସନ୍ତା 11 ତାରିଖରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ହେବ କଂଗ୍ରେସର ସମାବେଶ । ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଯୋଗ ଦେବେ ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ । AICC ସଭାପତି ମଲିକାର୍ଜ୍ଜୁନ ଖଡଗେ ମଧ୍ୟ ଯୋଗ ଦେବେ । ବରିଷ୍ଠ ନେତା କେ.ସି ଭେନୁଗୋପାଲ ବି ଯୋଗ ଦେବେ ।
2024 ନିର୍ବାଚନର ବର୍ଷେ ପରେ ପୁଣଇ ଚଳଚଞ୍ଚଳ ହୋଇଛନ୍ତି ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳ । ଆସନ୍ତା 11 ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶାରେ ସମ୍ବିଧାନ ବଞ୍ଚାଅ ସମାବେଶରେ ସାମିଲ ହେବେ । ରାହୁଲଙ୍କ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ଉତ୍ସାହିତ ହୋଇଥିବା ବେଳେ, ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କରିବାକୁ ଦଳ ଅଣ୍ଟା ଭିଡ଼ିଛି । 30 ଲକ୍ଷ ସଦସ୍ୟ ସଂଗ୍ରହ କରିବାକୁ ଦଳ ଲକ୍ଷ୍ୟ ରଖିଛି ।
ଅନ୍ୟପଟେ ବିଜେପି କହିଛି, ରାହୁଲଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବନି । ବିଜେଡିର ଯୁକ୍ତି, ଆଜି ବି ବିଜେଡି ଓଡ଼ିଶାରେ ସବୁଠୁ ଶକ୍ତିଶାଳୀ ଓ ଲୋକପ୍ରିୟ ଦଳ ।
ଘନ ଘନ ବୈଠକ କରାଯାଇ ରାହୁଲଙ୍କ ଗସ୍ତକୁ ସଫଳ କରିବାକୁ ଅଣ୍ଟା ଭିଡିଛନ୍ତି ପିସିସି ସଭାପତି ଭକ୍ତ ଦାସ । ରାହୁଲଙ୍କ ଗସ୍ତ ଓଡିଶାରେ କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିବ ବୋଲି ସେ କହିଛନ୍ତି । ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବା ସହ 30 ଲକ୍ଷ ସଦସ୍ୟ ସଂଗ୍ରହ କରିବାକୁ ଟାର୍ଗେଟ ରହିଛି । ଶାସକ ବିଜେପି କିନ୍ତୁ ରାହୁଲଙ୍କ ଗସ୍ତକୁ ନେଇ କଟାକ୍ଷ କରିଛି ।
ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରହିଛି । ଆଗକୁ 2027ରେ ପଞ୍ଚାୟତ ଓ ପରେ ପୌର ନିର୍ବାଚନ ହେବ । ତେଣୁ ଏବେଠାରୁ ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳ ସଂଗଠନକୁ ମଜବୁତ କରିବାକୁ ଅଣ୍ଟା ଭିଡିଛନ୍ତି ।