ଭୁବନେଶ୍ୱର,୧୭ା୫: କଂଗ୍ରେସ ତା’ର ନୂଆ ଟିମ୍ ଗଠନ କରିଛି । ଭକ୍ତ ଚରଣ ଦାସଙ୍କୁ ଗତ ଫେବୃଆରୀରେ ପିସିସି ଅଧ୍ୟକ୍ଷ କରାଯିବା ପରେ ଏବେ ଅନ୍ୟ ପଦ ପାଇଁ ଏଆଇସିସି ଅଧିକାରୀ ନିଯୁକ୍ତ କରିଛି । କୋଷାଧ୍ୟକ୍ଷ, ସମ୍ପାଦକ, ସାଧାରଣ ସମ୍ପାଦକ ଏବଂ ଉପସଭାପତିଙ୍କ ନାଁ ଘୋଷଣା କରିଛି ଦଳ ।
କଂଗ୍ରେସ ନେତା ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ଦଳ କୋଷାଧ୍ୟକ୍ଷ ଦାୟିତ୍ୱ ଦେଇଥିବାବେଳେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଉପସଭାପତି କରିଛି । ସେହିପରି ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଦେବାଶିଷ ପଟ୍ଟନାୟକ, ସିଏସ ରାଜେନ ଏକ୍କା, ଲଲାଟେନ୍ଦୁ ମହାପାତ୍ର ଏବଂ ସସ୍ମିତା ବେହେରାଙ୍କୁ ମଧ୍ୟ ଦଳ ଉପସଭାପତି ପଦ ପ୍ରଦାନ କରିଛି ।
ସେହିପରି ୧୦ ଜଣଙ୍କୁ ସାଧାରଣ ସମ୍ପାଦକ ଏବଂ ୧୨ ଜଣଙ୍କୁ ସମ୍ପାଦକ ଭାବେ ଦଳ ନିଯୁକ୍ତି ଦେଇଛି । ସତ୍ୟଜିତ୍ ଗମାଙ୍ଗଙ୍କୁ ସୋସିଆଲ ମିଡିଆ ଅଧ୍ୟକ୍ଷ କରିଥିବାବେଳେ ସନ୍ତୋଷ ପ୍ରଧାନଙ୍କୁ ଉପାଧ୍ୟକ୍ଷ କରିଛି ।