Breaking: ପୋଲିସର ଲାଠି ମାଡ଼ରେ ଲହୁ ଲୁହାଣ ହେଲେ କଂଗ୍ରେସ କର୍ମୀ, ଆନ୍ଦୋଳନକାରୀଙ୍କ ମୁଣ୍ଡରୁ ବୋହିଲା ଧାର ଧାର ରକ୍ତ !

ଲୋୟର ପିଏମଜିରେ ବୋହିଲା ରକ୍ତ। ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଜୋରଦାର ଧସ୍ତାଧସ୍ତି। ପୋଲିସର ଲାଠି ମାଡ଼ରେ ଫାଟିଗଲା କଂଗ୍ରେସ କର୍ମୀଙ୍କ ମୁଣ୍ଡ। ରାସ୍ତାରେ ବୋହିଲା ଧାର ଧାର ରକ୍ତ।

 ଭୁବନେଶ୍ୱର: ଲହୁ ଲୁହାଣ ହେଲେ କଂଗ୍ରେସ କର୍ମୀ। ଆଜି ଲୋୟର ପିଏମଜି ପାଲଟିଥିଲା ରଣକ୍ଷେତ୍ର। ପୋଲିସ ଓ କଂଗ୍ରେସର ଆନ୍ଦୋଳନକାରୀଙ୍କ ମଧ୍ୟରେ ଠେଲା ପେଲା ସହ ପଥର ମାଡ଼଼, ତା ସାଙ୍ଗକୁ ପୋଲିସର ଲାଠି ଚାର୍ଜ।

ଏସବୁ ଘଟଣା ମଧ୍ୟରେ ଅନେକ ଲୋକ ଆହତ ହୋଇଛନ୍ତି। କେବଳ ଆହତ ହୋଇଛନ୍ତି ତାହା ନୁହେଁ ଗୁରୁତର ମଧ୍ୟ ହୋଇଛନ୍ତି। ଗୋଟେପଟେ ଆନ୍ଦୋଳନକାରୀଙ୍କ ଆକ୍ରମଣ, ଢ଼େଲା ପଥର ସହ ଅଣ୍ଡାମାଡ଼। ତାସହ ଚେୟାର ମାଡ଼ରେ ଆହତ ହୋଇଛନ୍ତି ୧୨ ପୋଲିସ କର୍ମଚାରୀ। ଆଉ ସାମ୍ୱାଦିକ।

ସେପଟେ ଅଣାୟତ୍ତ ସ୍ଥିତିକୁ ଆୟତ୍ତକୁ ଆଣିବା ପାଇଁ ପାଣିମାଡ଼ କରିଥିଲା ପୋଲିସ। ତାପରେ ଲୁହ ବୁହା ଗ୍ୟାସ। ଆଉ ସ୍ଥିତି ଯେତେବେଳେ ଅଧିକ ସଙ୍ଗୀନ ହୋଇଗଲା ସେତେବେଳେ ଲାଠି ମାଡ଼ କଲା ପୋଲିସ। ଯେଉଁଥିରେ ଅନେକ କଂଗ୍ରେସ କର୍ମୀ ଆହତ ହୋଇଥିବା ଘଟଣା ସାମ୍ନାକୁ ଆସିଛି।

କେବଳ ଆହତ ହୋଇଛନ୍ତି ତାହା ନୁହେଁ। ପୋଲିସର ଲାଠି ମାଡ଼ ଏବଂ ଆନ୍ଦୋଳନକାରୀଙ୍କ ଆକ୍ରମଣ ମଝିରେ କିଛି ଲୋକ ଲହୁ ଲୁହାଣ ହୋଇଛନ୍ତି। କେଉଁଠି ମହିଳା ତ ଆଉ କେଉଁଠି ପୁରୁଷ। ବିଶେଷ କରି ଯେଉଁ ଚିତ୍ର ସାମ୍ନାକୁ ଆସିଛି, ସେଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି କି, ଲୋକଙ୍କର ବିଶେଷ ଭାବରେ ମୁଣ୍ଡରେ ଆଘାତ ଲାଗିଛି ଆଉ ଧାର ଧାର ରକ୍ତ ବାହାରୁଛି।

ତେବେ ସକାଳ ପ୍ରହରୁ ରାଜରାସ୍ତାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ହେଲେ ଏବେ କିନ୍ତୁ ସ୍ଥିତି ଆୟତ୍ତକୁ ଆସିଛି। ଏବଂ ଆନ୍ଦୋଳନସ୍ଥଳ ଶାନ୍ତ ପଡିଛି। ଆନ୍ଦୋଳନରୁ ବିରତ ରହିଛନ୍ତି ଆନ୍ଦୋଳନକାରୀ।