ବିବାହ ପୂର୍ବରୁ ଗର୍ଭବତୀ, ବିବାହ ପରେ ସ୍ୱାମୀ ନିର୍ଯାତନା… ଶେଷରେ କୋର୍ଟ ଦେଲେ କଠୋର ଦଣ୍ଡ

ନାଗପୁର: ସହମତିରେ ଶାରୀରିକ ସମ୍ପର୍କ ବଳାତ୍କାର ସହ ସମାନ । ଏଭଳି ଏକ ରାୟ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ । ଏଥିସହ ଦୋଷୀଙ୍କୁ ୧୦ ବର୍ଷର ଜେଲ ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି ମାନ୍ୟବର ବେଞ୍ଚ । ଯଦି ଅଭିଯୁକ୍ତ ବା ଦୋଷୀର ବୟସ ୧୮ ବର୍ଷରୁ ଅଧିକ ଓ ପୀଡ଼ିତାଙ୍କ ବୟସ ୧୮ ବର୍ଷରୁ କମ୍ ହୋଇଥିବ ସେ କ୍ଷେତ୍ରରେ ଦୁହିଁଙ୍କ ସହମତିରେ ସେକ୍ସ ହେବାକୁ ରେପ୍ ବୋଲି କୁହାଯିବ । ପୀଡ଼ିତା ବିବାହିତ ହୁଅନ୍ତୁ ଅବା କୁଆଁରୀ ବୟସର ଗୁରୁତ୍ୱ ରହିଛି ।

ମହାରାଷ୍ଟ୍ର ୱାର୍ଦ୍ଧାରେ ପୀଡିତାଙ୍କ ଘର । ସେ ତାଙ୍କ ବାପା, ଭଉଣୀ ଏବଂ ଜେଜେ ମା’ଙ୍କ ସହ ରହୁଥିଲେ । ପୀଡ଼ିତା ଓ ଦୋଷୀ ୩-୪ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢ଼ିଉଠିଥିଲା । ଘରେ ଅର୍ଥିକ ଅଭାବ ଦେଖାଯିବା ପରେ ପୀଡ଼ିତା ବାହାରେ କାମ କରିବା ଆରମ୍ଭ କଲେ । ମଉକା ଦେଖି ଦୋଷୀ ପୀଡ଼ିତାଙ୍କୁ ନବା ଆଣିବା କରିବାରେ ଲାଗିଲା । ଦୁହେଁ ଶରୀରିକ ସମ୍ପର୍କରେ ଥିବାବେଳେ ଦିନେ ପୀଡ଼ିତା ଗର୍ଭବତୀ ହୋଇଗଲେ । ଏହାପରେ ଉଭୟ ପରିବାର ସେମାନଙ୍କ ବାହାଘର କରିଦେଲେ । ବାହାଘର ପରେ ଦୋଷୀ ଜଣକ ପୀଡ଼ିତାଙ୍କୁ ମାରଧର କରିବା ଚାଲୁ କରିଦେଲେ । ଏଥିସହ ସନେ୍ଦହ କରିବା ଆରମ୍ଭ କଲେ । ଦୁହିଁଙ୍କ ଔରଷରୁ ଜନ୍ମ ଶିଶୁ ପୁତ୍ର ଅନ୍ୟ କାହାର ବୋଲି ପୀଡ଼ିତାଙ୍କ ସ୍ୱାମୀ ଅଭିଯୋଗ କଲେ । ସ୍ୱାମୀଙ୍କ ଅତ୍ୟାଚାର ବଢ଼ିବା ପରେ ୨୦୧୯ ମେ’ରେ ପୀଡ଼ତା ଥାନାରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କଲେ । ଅପରାଧ ଘଟିବା ସମୟରେ ପୀଡ଼ିତା ନାବାଳିକା ଥିଲେ । ସେଥିପାଇଁ ତାଙ୍କ ସହମତିରେ ସ୍ୱାମୀ ଶାରୀରିକ ସମ୍ପର୍କ ରଖିଥିଲେ ସୁଦ୍ଧା ତାହା ବଳାତ୍କାର ବୋଲି ଜଷ୍ଟିସ୍ ସନପ କହିଥିଲେ । ଏହାକୁ ଆଧାର କରି ଦୋଷୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏଥିସହ ସେମାନଙ୍କ ପୁଅର ମଧ୍ୟ ଡିଏନଏ ଟେଷ୍ଟ କରାଯାଇଛି । ଯେଉଁଥିରୁ ଶିଶୁଟି ସେମାନଙ୍କର ନିଜ ସନ୍ତାନ ବୋଲି ଜଣାପଡ଼ିଛି ।