fbpx

ବଜାରକୁ ଆସିଲା କରୋନା ବରଗର୍, ସେଫ୍ କହିଲେ-‘ଯିଏ ଡରାଉଛି, ତାକୁ ଖାଇଦିଅ’

ସମଗ୍ର ବିଶ୍ୱ କରୋନାକୁ ହରାଇବାରେ ଲାଗିଥିବା ବେଳେ ଏହା ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଲୋକଙ୍କ ମନରୁ କରୋନା ଡରକୁ ହଟାଇବା ପାଇଁ ବଜାରକୁ ଆସିଛି ‘କରୋନା ବରଗର୍’ । ଏହାକୁ ପ୍ରସ୍ତୁତ କରିଥିବା ସେଫ୍ କହିଛନ୍ତି ଯେ, ଏହି ମହାମାରୀକୁ ଡରିବା କଥା ନୁହେଁ, ବରଂ ତାହାର ସାମ୍ନା କରିବା କଥା । ଯାହା ଆମକୁ ଡରାଉଛି, ତାକୁ ଖାଇଦେବା ଜରୁରୀ ।

ତେବେ ଭିଏତନାମର ରାଜଧାନୀ ହନୋଇରେ ସେଫ୍ ଜଣକ ଏହି କରୋନା ବରଗର ବିକ୍ରି କରୁଛନ୍ତି । ବରଗରଟି ଦେଖିବାକୁ ଟିକ୍ କରୋନା ଭଳି ହୋଇଥିବା ବେଳେ ଲୋକମାନଙ୍କୁ ଏହା ବହୁତ ପସନ୍ଦ ମଧ୍ୟ ଆସୁଛି । ଲକ୍-ଡାଉନ୍ ସମୟରେ ବି ସେଫ୍ ଜଣକ ଦିନକୁ ୫୦ ଉପରେ ବରଗର୍ ବିକ୍ରି କରୁଛନ୍ତି ।

Get real time updates directly on you device, subscribe now.