fbpx

ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାରୁ ହଟିଲା କରୋନା କଟକଣା, କେବଳ ରହିବ ରାତ୍ରୀକାଳୀନ କର୍ଫ୍ୟୁ

ଲକ୍ଷ୍ନୌ: ଦେଶରେ ଧୀରେ ଧୀରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଉତ୍ତରପ୍ରଦେଶରେ ମଧ୍ୟ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ଫଳରେ ରାଜ୍ୟର ସମସ୍ତ ଜିଲ୍ଲାରୁ କରୋନା କର୍ଫ୍ୟୁ ହଟାଯାଇଛି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ନବନୀତ ସେହଗଲଙ୍କ ସୂଚନା ଅନୁସାରେ ରାଜ୍ୟର ସମସ୍ତ ଜିଲ୍ଲାରୁ କରୋନା କର୍ଫ୍ୟୁ ହଟାଯାଇଛି । ଜୁନ ୯ରୁ ଉତ୍ତରପ୍ରଦେଶର ସମସ୍ତ ୭୫ ଜିଲ୍ଲାରେ କେବଳ ସନ୍ଧ୍ୟା ୭ଟାରୁ ସକାଳ ୭ ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁରହିବ । ସେ କହିଛନ୍ତି ଏହି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଆଯାଇଛି । ବୈଠକରେ ଯୋଗୀ ଆଦିତ୍ୟନାଥ ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଥିଲେ ଏବଂ ଏହାପରେ କରୋନା କର୍ଫ୍ୟୁରେ କୋହଳ ପାଇଁ ନିଷ୍ପତ୍ତି ନେଇଛନ୍ତି । ସେହଗଲ କହିଛନ୍ତି ରାଜ୍ୟରେ ବର୍ତ୍ତମାନ କରୋନା ଭାଇରସ ମାମଲା କମ ହୋଇଛି ।

ସେ ଆହୁରି କହିଛନ୍ତି କହିଛନ୍ତି ରାଜ୍ୟରେ ଏବଂ ୧୪ ହଜାରରୁ କମ କରୋନା ରୋଗୀଙ୍କ ଚିକିତ୍ସା ଚାଲିଛି ଏବଂ ୭୫ ଜିଲ୍ଲାରେ ୬୦୦ରୁ କମ କେସ ରହିଛି । ଏହା ଛଡା ଗତ ୨୪ ଘଣ୍ଟାରେ କରୋନାର କେବଳ ୭୯୭ କେସ ସାମ୍ନାକୁ ଆସିଛି ।

Get real time updates directly on you device, subscribe now.