fbpx

ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀଙ୍କୁ କରୋନା

ଭୁବନେଶ୍ୱର,୮ ।୧୦ (ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ବିଧାୟକଙ୍କଠାରୁ ଆରମ୍ଭ କରି ମନ୍ତ୍ରୀମାନେ ମଧ୍ୟ ଧିରେ ଧିରେ ଏହାର କବଜାକୁ ଆସିବାରେ ଲାଗିଛନ୍ତି । ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜେ ସୂଚନା ଦେଇ କହିଛନ୍ତି ଯେ, ବିଧାନସଭା ପକ୍ଷରୁ ହୋଇଥିବା କୋଭିଡ଼ ପରୀକ୍ଷାରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । କୈ।ଣସି ଲକ୍ଷଣ କି ସମସ୍ୟା ନାହି । ଡାକ୍ତରଙ୍କ ପରାମର୍ଶ କ୍ରମେ ଏବେ ଚିକିତ୍ସିତ ହେଉଛି । ପ୍ରଭୁ ବଳଦେବଜୀଙ୍କ କୃପାରୁ ମୁ ଭଲ ଅଛି ବୋଲି ସେ କହିଛନ୍ତି ।

 

Get real time updates directly on you device, subscribe now.