fbpx

ରାଜ୍ୟରେ କରୋନା ଟିକାର ଡ୍ରାଏ ରନ୍

Advertisement

ଭୁବନେଶ୍ୱର, ୨ା୧ (ଓଡିଶା ଭାସ୍କର): ରାଜ୍ୟର ୩୦ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମେତ କ୍ୟାପିଟାଲ ହସ୍ପିଟାଲରେ କରୋନା ଟିକାକରଣ ନେଇ ଡ୍ରାଏ ରନ କରାଯିବ । ପ୍ରତ୍ୟେକ ରାଜ୍ୟରେ ଟିକାକରଣ ନେଇ ଡ୍ରାଏ ରନ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ତେବେ କରୋନା ଟିକା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନକ୍ସା ପ୍ରସ୍ତୁତ କରାଯାଇଛି । ୩୧ଟି ସ୍ଥାନରେ ଟିକାକରଣ ନେଇ ପ୍ରାକ ଅଭ୍ୟାସ କରାଯାଇଛି । ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଡ୍ରାଏ ରନରେ ସାମିଲ କରାଯିବ । ପୂର୍ବରୁ ଦେଶର ୪ଟି ରାଜ୍ୟରେ ଟିକାର ମକ ଡ୍ରିଲ ସଫଳ ହୋଇଥିଲା । ଏନେଇ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସ୍ତୁତି ସରିଛି । ଡ୍ରାଇ ରନ ସମୟରେ କୋଭିଡ-୧୯ର ସମସ୍ତ କଟକଣାକୁ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.