fbpx

ଫ୍ରିଜରେ ରଖାଯାଉଥିବା ମାଛ ଓ ମାଂସରେ ୩୦ ଦିନ ପର୍ଯ୍ୟନ୍ତ ଜୀବିତ ରହୁଛି କରୋନା ଭାଇରସ୍, ସାମ୍ନାକୁ ଆସିଲା ନୂଆ ଗବେଷଣା ତଥ୍ୟ

Advertisement

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଲାଣି । ତେଣୁ ଏନେଇ ଜନସାଧାରଣ କୋଭିଡ୍ ନିୟମ ମାନିବା ସହ ସଚେତନ ହେବା ଜରୁରୀ । ତେବେ କରୋନା ଭାଇରସକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଫ୍ରିଜ କିମ୍ବା ଫ୍ରିଜରରେ ରଖାଯାଉଥିବା ମାଛ, ମାଂସରେ କରୋନା ଭାଇରସ୍ ୩୦ ଦିନ ପର୍ଯ୍ୟନ୍ତ ବଞ୍ଚି ରହିପାରିବ । ଏକ ରିସର୍ଚ୍ଚରୁ ଏହି ରିପୋର୍ଟ ହସ୍ତଗତ ହୋଇଛି ।

ଆପ୍ଲାଏଡ ଆଣ୍ଡ ଏନଭାର୍ନମେଣ୍ଟାଲ ମାଇକ୍ରୋବାୟୋଲୋଜି ଜର୍ନାଲରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଷ୍ଟଡିରେ ସାର୍ସ କୋଭ-୨ ଭାଇରସର ସମାନ ସ୍ପାଇକ୍ସଧାରୀ ଚିକେନ, ବୀଫ, ପୋର୍କ ଓ ସରୋଗେଟ ଭାଇରସକୁ ଉପଯୋଗ କରାଯାଇଥିଲା । ରିସର୍ଚ୍ଚରମାନେ ମାଛ ଓ ମାଂସକୁ ୪ ଡିଗ୍ରୀ ସେଲସିୟସରେ ଫ୍ରିଜରେ ରଖିଥିଲେ । ସେହିପରି ଫ୍ରିଜରରେ ମାଇନସ୍ ୨୦ ଡିଗ୍ରୀ ସେଲସିୟସରେ ରଖିଥିଲେ ।

ଏନେଇ ଆମେରିକାର କ୍ୟାମ୍ପବେଲ ୟୁନିଭରସିଟିର ସହାୟକ ପ୍ରଫେସର କହିଛନ୍ତି, ଆପଣ ୩୦ ଦିନ ପର୍ଯ୍ୟନ୍ତ ମାଂସକୁ ଫ୍ରିଜରେ ଷ୍ଟୋର କରି ରଖିପାରିବେ ନାହିଁ । ମାତ୍ର ଫ୍ରିଜରରେ ଲମ୍ବା ସମୟ ପର୍ଯ୍ୟନ୍ତ ଷ୍ଟୋର କରିପାରିବେ । ଭାଇରସକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରୋସେସ କରାଯାଇ ପାରିବେ । ଏଥିସହିତ ପ୍ୟାକେଜିଂ ସମୟରେ ମାଂସରେ ମଧ୍ୟ ଭୂତାଣୁ ବ୍ୟାପିବାର ସମ୍ଭାବନା ରହିଥାଏ । ତେଣୁ ଖାଦ୍ୟ ପଦାର୍ଥ, ହାତ, ବାସନକୁସନ, ଛୁରୀରୁ ସଂକ୍ରମଣକୁ ରୋକିବା ଜରୁରୀ ।

Get real time updates directly on you device, subscribe now.