fbpx

ବଢିଛି କରୋନା ଚିନ୍ତା; ଆଜି କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ତଥା ଦେଶରେ ପୁଣି କରୋନା ବଢିବାର ଲାଗିଛି । ଫଳରେ ବିଭିନ୍ନ ଦେଶ ଏନେଇ ଚିନ୍ତା ପ୍ରକଟ କରିଛନ୍ତି । ତେବେ ଏହାରି ମଧ୍ୟରେ କରୋନାକୁ ନେଇ ଆଜି ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଯେଉଁଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମଧ୍ୟରେ ଏହି ମହାମାରୀକୁ ନେଇ ସମ୍ଭାବ୍ୟ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ତେବେ ଏହି ବୈଠକ ଆଜି ଅପରାହ୍ନ ୩ଟା ସମୟରେ ବସିବା ସହ ଏଥିରେ ସ୍ୱାସ୍ଥ୍ୟ ବିଭାଗ ସହ ଆର. ଏମ.ଆର. ସି , ଆଇ.ଏଲ.ଏସ ଏବଂ ବିଭିନ୍ନ ମେଡିକାଲ କତ୍ତୃପକ୍ଷ ସାମିଲ ହେବେ ।

ତେବେ ଗତ କିଛି ଦିନ ହେବ ଚିନ୍ , ଜାପାନ ଆଦି ଦେଶରେ ମହାମାରୀ କରୋନାର ନୂଆ ଭାରିଆଣ୍ଟ ବିଏଫ୍-୭ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଫଳରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ଏଥିସହିତ ଭାରତରେ ମଧ୍ୟ ଏହି ନୂଆ ଭାରିଆଣ୍ଟରେ ୫ ଜଣ ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଏହାକୁ ନେଇ ଭାରତ ସରକାର ତତ୍ପର ହେବା ସହ ସ୍ୱାସ୍ଥ୍ୟ ଭିଭାଗ ସହ ଜରୁରୀ ବୈଠକ ଏବଂ ଆଲୋଚନା କରିବାକୁ ଯାଉଛନ୍ତି । ଏଥିସହିତ ଲୋକଙ୍କୁ ସତର୍କ ରହିବାକୁ ଏବଂ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଉଛନ୍ତି ।

ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ମହାମାରୀକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରିଥିଲେ । ଏଥିସହିତ ସେ ଜନସାଧାରଣଙ୍କୁ କୋଭିଡ ପ୍ରୋଟକଲ ପାଳନ କରିବାକୁ ପରାମର୍ଶ ଦେଇଥିଲେ ।

Get real time updates directly on you device, subscribe now.