fbpx

ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନାର ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ, ରାଜ୍ୟବାସୀଙ୍କୁ ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : କରୋନାର ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କୁ ସଚେତନ କରାଯାଇଛି ।ଭବିଷ୍ୟତରେ ଯେକୌଣସି ପରିସ୍ଥିତିର ସମ୍ମୁଖୀନ କରିବା ସହ ସାବଧାନତା ଅବଲମ୍ବନ କରିବାକୁ କହିଛନ୍ତି ଡିଏମଇଟି ମୁଖ୍ୟ ଡାକ୍ତର ସିବିକେ ମହାନ୍ତି । ୭ଟି ରାଜ୍ୟରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଥିବାରୁ ଲୋକମାନେ ବିଶେଷ ସଚେତନତା ଅବଲମ୍ବନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।କରୋନା ଭୂତାଣୁ ବହୁବାର ଏହାର ରୂପରିବର୍ତ୍ତନ କରିସାରିଥିବାବେଳେ ଡେଲ୍‌ଟା ପ୍ଲସ୍‌ ସେଥିମଧ୍ୟରୁ ଗୋଟିଏ ବୋଲି ଡକ୍ଟର ମହାନ୍ତି କହିବା ସହ ଏଭଳି ସମୟରେ ସମସ୍ତେ କୋଭିଡ ମାର୍ଗଦର୍ଶିକାକୁ ସଠିକ ପାଳନ କରିବା ଆବଶ୍ୟକ ବୋଲି ସେ ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାର ଡବ୍ଲ୍ୟୁଏଚ୍‌ଓ, ସିଡିସି ଓ ରାଜ୍ୟ ସରକାର ଏଥ୍ରିତି ସଜାଗ ଥିବା ସେ କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଭାରତରେ ବ୍ୟବହୃତ ଦୁଇଟି ଟିକା ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ ବିରୋଧରେ ପ୍ରଭାବୀ ବୋଲି କହିଥିବାବେଳେ ଏ ନେଇ ସଠିକ୍‌ ତଥ୍ୟ ଆଗାମୀ ଦିନରେ ଜଣାପଡ଼ିବ ବୋଲି ଡାକ୍ତର ମହାନ୍ତି ଉଲ୍ଲେଖ କରିଛନ୍ତି । ତେବେ ଡେଲ୍‌ଟା ପ୍ଲସ୍‌କୁ ସେ କ୍ଷୀପ୍ର ସଂକ୍ରମଣଶୀଳ ବୋଲି କହିଛନ୍ତି ।

Get real time updates directly on you device, subscribe now.