ପଞ୍ଚାୟତିରାଜ ବିଭାଗ ସ୍କାନରରେ ମୂଷା-ବିଲେଇ, ଦୁର୍ନୀତି କଲେ ଦଣ୍ଡ ମିଳିବ

ଭୁବନେଶ୍ୱର: ରାଜ୍ୟ ପଞ୍ଚାୟତିରାଜ ବିଭାଗ ସ୍କାନରରେ ମୂଷା । ରାଜ୍ୟରେ ଜାରିଥିବା ଭିଜିଲାନ୍ସ ଚଢ଼ାଉକୁ ନେଇ ମନ୍ତ୍ରୀ ରବି ନାଏକ ଦେଲେ ଇସାରା ।

ପଞ୍ଚାୟତିରାଜ ବିଭାଗ ସ୍କାନରରେ ମୂଷାମାନେ ରହିଛନ୍ତି । ପୁରୁଣା ମୂଷା ହୁଅନ୍ତୁ କି ନୂଆ ଦଣ୍ଡ ସମସ୍ତଙ୍କୁ ମିଳିବ ।

ମୂଷା ହୁଅନ୍ତୁ କି ବିରାଡ଼ି, ଆଇନ ଆଗରେ ସମସ୍ତେ ସମାନ । ଦୁର୍ନୀତି ପାଇଁ ମୁଁ ନୁଜେ ୯ ଜେଇଇ ଓ ବିଡିଓଙ୍କୁ ନିଲମ୍ବନ କରିଛି ।

ଯିଏ ଦୁର୍ନୀତି କରିବେ ତା’ ଉପରେ କାର୍ଯ୍ୟାନୁଷ୍ଠାନ ହେବ ।