fbpx

ଲଞ୍ଚ ହେଲା AVITA ର  2 in 1 ଲାପଟପ: ଦାମ ୧୭୯୯୦

Advertisement

ନୂଆଦିଲ୍ଲୀ: ଟେକ୍ କମ୍ପାନୀ Avita ଏହାର  ନୂତନ ଲାପଟପ୍ Cosmos କୁ ଭାରତରେ ଲଞ୍ଚ କରିଛି  । ଏହି ଲାପଟପ୍ ରେ ଆପଣଙ୍କୁ ଜବରଦସ୍ତ  ଫିଚର୍ସ ଦେଖିବାକୁ ମିଳିବ । ତେବେ ଏହା ଏକ 2 in 1 ଲାପଟପ ହେବାକୁ ଯାଉଛି କାରଣ ଆପଣ ଏହାର କି ବୋର୍ଡକୁ ଅଲଗା କରିପାରିବେ ଏବଂ ଏହାକୁ ଏକ ଟାବଲେଟ ଭଳି ମଧ୍ୟ ବ୍ୟବହାର କରିପାରିବେ । Intel Celeron Dual Core ଚିପସେଟ, ଶକ୍ତିଶାଳୀ ବ୍ୟାଟେରୀ ରହିଛି । ଏହି ଲାପଟପ୍ ରେ 11.6 inchର ଟଚସ୍କ୍ରିନ ଡିସପ୍ଲେ  ରହିଛି  । କମ୍ପାନୀ ଏହି ଲାପଟପ୍ ର ମୂଲ୍ୟ  ୧୭,୯୯୦ ଟଙ୍କା ରହିଛି ଏବଂ ଏହି ଲାପଟପ୍ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ବିକ୍ରି ପାଇଁ ଉପଲବ୍ଧ  ।

ଜାଣନ୍ତୁ ଏହି ଲାପଟପ୍ ର ଫିଚର୍ସ:

ଏହି ଲାପଟପ୍ ରେ 11.6 inchର  Full HD ମଲ୍ଟି ଟଚ ଡିସପ୍ଲେ ରହିଛି  । ଯାହାକୁ ଆପଣ ୧୭୮ ଡିଗ୍ରୀ ଆଙ୍ଗେଲରେ ମଧ୍ୟ ଦେଖିପାରିବେ । ଏହାର ଓଜନ ୧.୩ କେଜି ରହିଛି  । ତେବେ କଂପାନୀ ଏହାକୁ କେବଳ ଚାରକୋଲ ଗ୍ରେ କଲରରେ ବଜାରରେ ଲଞ୍ଚ କରିଛି । ଏଥିରେ ଏକ ରେକ୍ଟାଙ୍ଗୁଲାର ସ୍କ୍ରିନ, ଏକ ଇନ ବିଲ୍ଟ ଷ୍ଟାଣ୍ଡ ଏବଂ ଡିଟାଚେବଲ କି ବୋର୍ଡ ରହିଛି ଯାହା ଟାବଲେଟକୁ ଅଲଗା କରିପାରିବେ । ଏହି ଲାପଟପ୍ ରେ Intel Celeron N4000 Dual Core ପ୍ରୋସେସର ରହିଛି, ଏଥିରେ Intel UHD 600 ଗ୍ରାଫିକ୍ସ, 4 GB DDR4 ରାମ ଏବଂ 64 GB eMMC ଷ୍ଟୋରେଜ ରହିଛି । ଏହା ସହ ଏଥିରେ Windows 10 Home ଏବଂ ୬  ଘଣ୍ଟାର ବ୍ୟାଟେରୀ ବ୍ୟାକଅପ ମିଳିବ । ଏହି ଲାପଟପରେ ମିନି ଏଚଡିଏମଆଇ ପୋର୍ଟ, ଗୋଟିଏ ୟୁଏସବି ୩.୦ ପୋର୍ଟ, ଗୋଟିଏ ହେଡଫୋନ ଜ୍ୟାକ ଭଳି ଅନେକ ପୋର୍ଟର ସୁବିଧା ରହିଛି । ଏଥିରେ ବ୍ଲୁଟୁ୍ଥ ୱାଇ-ଫାଇ ଭଳି ସୁବିଧା ମଧ୍ୟ ରହିଛି । ଏଥିରେ ୦.୭ ୱାଟର ସ୍ୱିକର ଏବଂ ୨ ମେଗାପିକ୍ସଲର କ୍ୟାମେରା ରହିଛି ।

ଆପଣ ଏହି ଲାପଟପ ଇ-କମର୍ସ ୱେବସାଇଟ ଫ୍ଲିପକାର୍ଟରୁ କିଣିପାରିବେ । ଏହାର ଲାପଟପର ମୂଲ୍ୟ ମାତ୍ର ୧୭,୯୯୦ ଙ୍କା ରହିଛି । ଏବଂ ଏହାକୁ ଯଦି ଆପଣ ଫ୍ଲିପକାର୍ଟରୁ କିଣୁଛନ୍ତି ତେବେ ଏଥିରେ କିଛି ନିର୍ଦ୍ଦିଷ୍ଟ ଅଫର ମଧ୍ୟ ରହିଛି  ।

ଏହି ଲାପଟପ୍ ଅନଲାଇନ କ୍ଲାସେସ ପାଇଁ ବେଶ୍ ଉପଯୋଗୀ ହୋଇପାରିବ ।

Get real time updates directly on you device, subscribe now.