OYOରେ ରୋମାନ୍ସ ବଦଳରେ ଚାଲିଥିଲା ଏହି କାମ, ରୁମ୍ ଭିତର ଦୃଶ୍ୟ ଦେଖି ପୋଲିସ ମୁଣ୍ଡ ଗୋଲ୍…
ଧନୀ ହେବାର ଭୂତ ସବାର ହୋଇଥିଲା ପ୍ରେମୀ ଯୁଗଳଙ୍କ ମୁଣ୍ଡରେ । ପ୍ରତିଦିନ ଓୟୋ ଯିବା ପାଲଟିଥିଲା ନିଶା ।
ହାଇଦ୍ରାବାଦ୍: ଓୟୋ ରୁମରେ ରହିବା ସୁବିଧାଜନକ ବୋଲି ଅଧିକାଂଶ ଲୋକ ଦୂର ଯାତ୍ରା କଲେ କିମ୍ବା ବାହାରକୁ ଗଲେ ଏହି ରୁମରେ ରହିବାକୁ ପସନ୍ଦ କରନ୍ତି । ରୁମ୍ ସର୍ଭିସ୍ ଭଲ ମିଳିବା ସହ କମ୍ ଟଙ୍କାରେ ରହଣୀ ବ୍ୟବସ୍ଥା ମଧ୍ୟ ହୋଇଯାଏ ।
ଧନୀ ହେବାର ସ୍ୱପ୍ନ: କିନ୍ତୁ ହାଇଦ୍ରାବାଦରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ପ୍ରେମୀ ଯୁଗଳଙ୍କ ପାଇଁ ଓୟୋରୁମ୍ ବି ବେଶୀ ଖାସ୍ । କାରଣ ସେମାନଙ୍କୁ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବା ପାଇଁ ନିରାପଦ ସ୍ଥାନ ମିଳିଯାଏ । ହାଇଦ୍ରାବାଦରେ ଏମିତି ଏକ ପ୍ରେମୀ ଯୁଗଳ ଧରାପଡ଼ିଛନ୍ତି, ଯେଉଁମାନେ ପ୍ରତିଦିନ ଓୟୋ ରୁମ୍ ଯିବା ସେମାନଙ୍କ ନିଶା ପାଲଟିଯାଇଥିଲା ।
କିନ୍ତୁ ସେମାନେ ଓୟୋକୁ କ୍ୱାଲିଟି ଟାଇମ୍ ବିତାଇବାକୁ ନୁହେଁ ବରଂ ବେପାର କରିବାକୁ ଯାଉଥିଲେ । ତା’ପୁଣି ଅବକାରୀ ବେପାର । ପୋଲିସ ଡରରେ ଦେବନ୍ଦୁଲା ରାଜୁ (୨୫) ଏବଂ ସଞ୍ଜନା (୧୮) କରୁଥିଲେ ଗଞ୍ଜେଇ କାରବାର ।
ଗତ ଶୁକ୍ରବାର ଏସଟିଏଫ୍ ପୋଲିସ ଏହାର ସୂଚନା ପାଇ ହୋଟେଲ ଉପରେ ରେଡ୍ କରିଥିଲା । ଯେଉଁଠାରେ ଗଞ୍ଜେି ସହିତ ଦୁଇ ପ୍ରେମୀଯୁଗଳଙ୍କୁ ଗିରଫ କରାଯାଇଛି ।
ଘାରିଥିଲା ଲୋଭ: ପୋଲିସ ବୟାନ ଆଧାରରେ ଦୁହେଁ ପ୍ରତିଦିନ ଓୟୋଯାଇ ଗଞ୍ଜେଇ ବିକୁଥିଲେ । ସେମାନେ ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଆଣି ବେପାର କରୁଥିବାବେଳେ ଦୁହେଁ ଲଗଜୁରୀ ଲାଇଫ୍ ବିତାଇବାକୁ ଚାହୁଁଥିଲେ ।
ଗଞ୍ଜେଇ ବିକା ଟଙ୍କାରେ ଦୁହେଁ ମାଲାମାଲ୍ ହେବାକୁ ଚାହୁଁଥିଲେ । ପୋଲିସକୁ ଚକମା ଦେବା ଲାଗି ଦୁହେଁ ଓୟୋ ରୁମ୍ରେ ବେପାର କରୁଥିବା ଜଣାପଡ଼ିଛି । ଗିରଫ ପରେ ଘଟଣାର ତଦନ୍ତ ଚଳାଇଛି ଏସଟିଏଫ୍ ପୋଲିସ ।