ବିବାହର 2 ମାସ ନପୁରୁଣୁ ସମ୍ପର୍କରେ ପଡିଲା ପୂର୍ଣ୍ଣଚ୍ଛେଦ, ବିଲକୁ ମିଳିଲା ଝୁଲନ୍ତା ମୃତଦେହ

ବିଲରେ ପଡିଛି 2 ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ ।

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ସାତଜନ୍ମର ସାଥି ହେବା ପାଇଁ କଥା ଦେଇଥିବା ଯୁବକ ଯୁବତୀଙ୍କ ବର୍ତ୍ତମାନ ମୃତଦେହ ଠାବ ହୋଇଛି । ସ୍ବାମୀ ସ୍ତ୍ରୀଙ୍କର ମୃତଦେହ ଠାବ ହୋଇଛି । ତେବେ ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି ।

କେଉଁ କାରଣରୁ ମୃତ୍ୟୁ ହେଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଛାନଭିନ୍ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଦୁଇମାସ ତଳେ ସ୍ବାମୀ ସ୍ତ୍ରୀ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ଆଜି ହଠାତ୍ ଏକ ଚାଷଜମିରେ ଦୁହିଁଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖାଯାଇଥିଲା । ଏନେଇ ସ୍ଥାନୀୟ ଲୋକେ ଦେଖିବା ପରେ ତୁରନ୍ତ ସଇଁତନା ପୋଲିସକୁ ଖବର ଦେଇଥିଲେ ।

ତେବେ କେଉଁ କାରଣ ପାଇଁ ନବ ଦମ୍ପତି ଏଭଳି ନିଷ୍ପତ୍ତି ନେଲେ ନା ଦୁହିଁଙ୍କୁ ହତ୍ୟା କରାଯାଇ ଟାଙ୍ଗି ଦିଆଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଖବର ପାଇ ସଇଁତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କ ମୃତଦହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପଚରାଉଚରା କରିବା ସହିତ ତଦନ୍ତ ଆରମ୍ଭ କରିଛି ।