fbpx

‘ଅଦାଲତ ପ୍ରଚାର କରିବାର ମାଧ୍ୟମ ନୁହେଁ’: ଇଭିଏମ ସମ୍ବନ୍ଧୀୟ ଯାଚିକା ଉପରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଏକ ରାଜନୀତିକ ଦଳ ତରଫରୁ ଦାୟର ହୋଇଥିବା ଇଭିଏମ ସମ୍ବନ୍ଧୀୟ ଯାଚିକାକୁ ଖାରଜ କରିବା ସହ କଡ଼ା ଟିପ୍ପଣୀ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଅଦାଲତ ଏଭଳି ସ୍ଥାନ ନୁର୍ହେ ଯେଉଁଠାରେ କେହବି ପ୍ରଚାର ପାଇବା ପାଇଁ ପହଞ୍ଚିଯିବେ । ଯାଚିକାରେ ଦାବି କରାଯାଇଥିଲା ଯେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (EVM) ରେ ନିର୍ବାଚନ ଆୟୋଗଙ୍କର ନୁହେଁ ବରଂ କିଛି କମ୍ପାନୀଙ୍କ ନିୟନ୍ତ୍ରଣ ରହିଥାଏ ।

ତେବେ ସୁପ୍ରିମକୋର୍ଟ ୫୦ ହଜାର ଟଙ୍କାର ଜରିମାନା ସହ ଏହି ଯାଚିକା ଖାରଜ କରିଥିଲେ । ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଜଷ୍ଟିସ ଅଭୟ ଏସ ଓକାଙ୍କ ଖଣ୍ଡପୀଠ ଆଦେଶରେ କହିଥିଲେ ଯେ ଇଭିଏମ ଲମ୍ବା ସମୟରୁ ବ୍ୟବହାର କରାଯାଉଛି, କିନ୍ତୁ ଅନେକ ସମୟରେ ଏହା ଉପରେ ଯାଞ୍ଚ ଦାବି କରାଯାଉଛି । ଏଭଳି ଲାଗୁଛି ଯେ ଯେଉଁ ଦଳ ନିର୍ବାଚନ ପ୍ରକ୍ରିୟା ଅନୂଯାୟୀ ଭୋଟରଙ୍କଠାରୁ ମାନ୍ୟତା ମିଳିନାହିଁ, ସେମାନେ ଯାଚିକା ଦାୟର କରି ମାନ୍ୟତା ନେବାକୁ ଚାହୁଛନ୍ତି । କୋର୍ଟ କହିଥିଲେ ଯେ ଏଭଳି ଯାଚିକାକୁ ବନ୍ଦ କରିବା ଦରକାର । ଖଣ୍ଡପୀଠ ମଧ୍ୟପ୍ରଦେଶ ଜନ ବିକାଶ ପାର୍ଟୀ ଦ୍ୱାରା ହାଇକୋର୍ଟଙ୍କ ଗତ ବର୍ଷ ଡିସେମ୍ବରରେ ନିଷ୍ପତ୍ତି ବିରୋଧରେ ଦାୟର ଯାଚିକା ଉପରେ ଶୁଣାଣି କରିଥିଲେ । ମଧ୍ୟପ୍ରଦେଶ ହାଇକୋର୍ଟ ଯାଚିକା ଖାରଜ କରିଥିଲେ ।

ଯାଚିକାକର୍ତ୍ତା ଦଳ ତରଫରୁ ୩୨୪ ଧାରାର ଦ୍ୱାହି ଦିଆଯାଇଥିଲା । କୁହାଯାଇଥିଲା ଯେ ୩୨୪ କହିଥାଏ ଯେ ସବୁ କିଛି ନିର୍ବାଚନ ଆୟୋଗ ଦ୍ୱାର ନିୟନ୍ତ୍ରିତ କରାଯାଇଥାଏ କିନ୍ତୁ ଇଭିଏମକୁ କିଛି କମ୍ପାନୀ ଦ୍ୱାରା ନିୟନ୍ତ୍ରିତ କରାଯାଉଛି ।  ଯାହାଉପରେ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ କ’ଣ ଆପଣ ଜାଣନ୍ତି ଯେ ପୂରା ଦେଶରେ ସଂସଦ ନିର୍ବାଚନରେ କେତେ ଲୋକ ମତଦାନ କରନ୍ତି? ଏହ ଏକ ବଡ଼ ପ୍ରକ୍ରିୟା ।

ଯାଚିକାକର୍ତ୍ତାଙ୍କ ଓକିଲ କହିଥଲେ ଯେ ଏହି ପ୍ରକ୍ରିୟା ଉପରେ କିଛି ଅଙ୍କୁଶ ଲଗାଯିବା ଦରକାର । ସେ କହିଥିଲେ ଯେ ଯାଚିକାକର୍ତ୍ତାଙ୍କ କହିବା ଅନୂଯାୟୀ ସବୁକିଛି ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିୟନ୍ତ୍ରିତ ହେବା ଦରକାର, ନା କୌଣସି କମ୍ପାନୀ ଦ୍ୱାରା । ଓକିଲ କହିଥିଲେ ଯେ ସେ କେବଳ ସ୍ୱତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ଚାହୁଛନ୍ତି । ଯାଚିକା ଖାରଜ କରିବା ପୂର୍ବରୁ ଖଣ୍ଡପୀଠ କହିଥିଲେ ଯେ ଏହା ଏଭଳି ସ୍ଥାନ ନୁହେଁ ଯେଉଁଠାରେ କେହିବି ପ୍ରଚାର ପାଇବା ପାଇଁ ଚାଲିଆସିବେ ।

Get real time updates directly on you device, subscribe now.