fbpx

ଆପଣଙ୍କୁ ଦିଆଯାଉଥିବା ଭ୍ୟାକ୍ସିନ ଅସଲି କି ନକଲି, କେମିତି ଚିହ୍ନିବେ ? କେନ୍ଦ୍ର କହିଲା ଫର୍ମୁଲା

ନୂଆଦିଲ୍ଲୀ : କରୋନା ଲଢେଇ ପାଇଁ ଦୁନିଆରେ ଅଧିକରୁ ଅଧିକ ଟିକାକରଣ କରାଯାଉଛି । ହେଲେ ଏହା ମଧ୍ୟରେ ଖବର ଆସିଛି ଯେ, ଅନେକ ସ୍ଥାନରେ ନକଲି ଟିକା ଦିଆଯାଉଛି । ଏପରିକି ଅନ୍ତର୍ଜାତୀୟ ବଜାରରେ ମଧ୍ୟ ନକଲି ଟିକା କାରବାରର ଖୁଲାସା ମଧ୍ୟ ହୋଇଛି । ନିକଟରେ ଦକ୍ଷିଣ ପୂର୍ବ ଏସିଆ ଓ ଆଫ୍ରିକାରେ ନକଲି କୋଭିସିଲ୍ଡ ମିଳିଥିଲା । ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଲି ଟିକାକୁ ନେଇ ସତର୍କ କରାଇଥିଲା । ଏବେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଏମିତି ଅନେକ ମାନକ ବତାଇଛି, ଯାହା ଆଧାରରେ ଏହା ଜାଣି ହେବ ଯେ, ଆପଣଙ୍କୁ ଦିଆଯାଉଥିବା ଟିକା ଅସଲି ନା ନକଲି ।

କେନ୍ଦ୍ର ସରକାର ଏହି ସମ୍ବନ୍ଧରେ ଶନିବାର ରାଜ୍ୟଗୁଡିକୁ ଚିଠି ଲେଖିଛି । ଏନଡିଟିଭିର ଖବର ମୁତାବକ, ଏହି ଚିଠିରେ ରାଜ୍ୟଗୁଡିକୁ କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟନିକ-ଭି ସଂପର୍କିତ ସୂଚନା ଦିଆଯାଇଛି, ଯଦ୍ୱାରା ଏହାର ସନ୍ଧାନ କରାଯାଇ ପାରିବ ଯେ, ଟିକା ଅସଲି ନା ନକଲି । ବର୍ତ୍ତମାନ ଦେଶରେ ତିନି ଟିକାକୁ ନେଇ ଟିକାକରଣ ଅଭିଯାନ ଚାଲିଛି ।

କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଅସଲି ଭ୍ୟାକ୍ସିନର ଚିହ୍ନଟ ପାଇଁ ସମସ୍ତ ଜରୁରୀ ସୂଚନା ପ୍ରଦାନ କରିଛି । ଯାହାକୁ ଦେଖି ଚିହ୍ନି ହେବ ଯେ, ଟିକା ଅସଲି ନା ନକଲି । ଏଥିରେ ଥିନା ଫରକ ଜାଣିବା ପାଇଁ କୋଭିସିଲ୍ଡ, କୋଭାକ୍ସିନ ଓ ସ୍ପୁନଟିକ-ଭି ତିନି ଭ୍ୟାକ୍ସିନର ଲେବଲ, ଏହାର ରଙ୍ଗ, ବ୍ରାଣ୍ଡର ନାମ ରହିଛି, ଏହି ସବୁର ତଥ୍ୟ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଉପଲବ୍ଧ କରାଇଛନ୍ତି ।

କୋଭିସିଲ୍ଡ
– ଏସଆଇଆଇର ପ୍ରୋଡକ୍ଟ ଲେବଲ, ଲେବଲର ରଙ୍ଗ ଗାଢ ସବୁଜ ରହିଛି ।
– ବ୍ରାଣ୍ଡର ନାମ ଟ୍ରେଡ ମାର୍କ ସହ କୋଭିସିଲ୍ଡ ଲେଖା ହୋଇଛି ।
– ଜେନେରିକ ନାମର ଟେକ୍ସଟ ଫଣ୍ଟ ବୋଲ୍ଡ ଅକ୍ଷରରେ ଲେଖା ହୋଇ ନାହିଁ ।
– ଏହାର ଉପରେ ସିଜିଏସ ନଟ୍ ଫର ସେଲ୍ ଲେଖା ହୋଇଛି ।

କୋଭାକ୍ସିନ
– ଲେବଲ ଉପରେ ଇନଭିଜିବିଲିଟି ଅର୍ଥାତ ଅଦୃଶ୍ୟ ୟୁଭି ହେଲିକ୍ସ, ଯାହାକୁ କେବଳ ୟୁଭି ଲାଇଟରେ ଦେଖା ଯାଇ ପାରିବ ।
– ଲେବଲ କ୍ଲେମ ଡଟ୍ସ ମଧ୍ୟରେ ଛୋଟ ଅକ୍ଷରରେ ଛପି ରହିଥିବା ଟେକ୍ସଟ, ଯେଉଁଥିରେ କୋଭାକ୍ସିନ ଲେଖା ହୋଇଛି ।
– କୋଭାକ୍ସିନରେ ଏକ୍ସର ଦୁଇଟି ରଙ୍ଗ ରହିଛି, ଏହାକୁ ଗ୍ରୀନ ଫଏଲ ଇଫେକ୍ଟ କୁହାଯାଏ ।

ସ୍ପୁଟନିକ ଭି
– ସ୍ପୁଟନିକ ଭି ଭ୍ୟାକ୍ସିନ ରୁଷର ଦୁଇଟି ଅଲଗା ଅଲଗା ପ୍ଲାଣ୍ଟରୁ ଆମଦାନୀ କରାଯାଇଛି । ଏଥିପାଇଁ ଏହାର ଦୁଇ ଟିକାର ଲେବଲ ମଧ୍ୟ ଭିନ୍ନ ଭିନ୍ନ ରହିଛି । କିନ୍ତୁ ସମସ୍ତ ସୂଚନା ଓ ଡିଜାଇନ ସମାନ ରହିଛି । କେବଳ ମ୍ୟାନୁଫେକଚରର ନାମ ଅଲଗା ରହିଛି ।
– ଏ ପର୍ଯ୍ୟନ୍ତ ଯେତେ ବି ଭ୍ୟାକ୍ସିନ ଆମଦାନୀ କରାଯାଇଛି, ସେଥି ମଧ୍ୟରୁ କେବଳ ୫ ଏମପୁଲର ପ୍ୟାକେଟରେ ଇଂରାଜୀରେ ଲେବଲ ଲେଖା ହୋଇଛି । ଏହା ବ୍ୟତୀତ ବାକି ପ୍ୟାକେଟରେ ରୁଷି ଭାଷାରେ ଲେଖା ହୋଇଛି ।

 

Get real time updates directly on you device, subscribe now.