fbpx

(Video) ଏ କି ଦୃଶ୍ୟ! ଏଟିଏମ୍ ଭିତରେ ଶୋଇ ରହିଛି ଗାଈ, ସତେ ଯେମିତି ଗାଈ ଗୁହାଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ଆଖପାଖରେ ଅନେକ ସମୟରେ କିଛି ଅସାଧାରଣ ଘଟଣା ଘଟିଥାଏ । ବେଳେବେଳେ ପ୍ରଶାସନ ବା କୌଣସି ସଂସ୍ଥାର ଦାୟିତ୍ୱହୀନତା କାରଣରୁ କିଛି ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ସାଧାରଣ ଭାବେ ଏଟିଏମ୍ ଭିତରକୁ ଲୋକମାନେ ଅର୍ଥ ଉଠାଇ ପାଇଁ ଯାଇଥାନ୍ତି । ଅଧିକାଂଶ ଏଟିଏମ୍ ରୁମରେ ଏସି ଲାଗିବା ସହିତ ସୁରକ୍ଷାକର୍ମୀ ମଧ୍ୟ ମୁତୟନ ରହିଥାନ୍ତି । ତେବେ ଏଟିଏଏମ୍ ଭିତରୁ ଆପଣ ଟଙ୍କା ଉଠାଇବାକୁ ଯିବାବେଳେ ଯଦି ସେଠାରେ ଗାଈ ଅଚିନ୍ତାରେ ଶୋଇ ରହିଥିବ ତେବେ ଏହାପରେ ଆପଣ କ’ଣ କରିବେ?

ଖବର ମୁତାବକ, ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଏଟିଏମ୍ ଭିତରେ ଗୋଟିଏ ଗାଈଟିଏ ଶୋଇ ରହିଥିବା ଦେଖିବାକୁ ମିଳିଛି । ଏଟିଏମ୍ କାଉଣ୍ଟର ଭିତରକୁ ଅନେକ ଲୋକ ଯାଇ ଟଙ୍କା ଉଠାଇ ଆସୁଛନ୍ତି । ମାତ୍ର ଗାଈଟି ସେମିତି ଗୋଟିଏ ସ୍ଥାନରେ ଶୋଇ ରହିଥିବା ଦେଖାଯାଉଛି । ସତେ ଯେମିତି ଗାଈଟି ଏଟିଏମ୍ କାଉଣ୍ଟରକୁ ନିଜର ଗୁହାଳ ବୋଲି ଭାବି ନେଇଛି । ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କାଉଣ୍ଟରଟି ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ବେଳେ ତାହା ଏବେ ଗାଈଗୋରୁଙ୍କର ଗୁହାଳ ପାଲଟି ଯାଇଛି । ବ୍ୟାଙ୍କ କର୍ତ୍ତୃପକ୍ଷ ଏ ବାବଦରେ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.