ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡ ପେମେଣ୍ଟ ପ୍ଲାଟଫର୍ମ କ୍ରେଡ୍ (CRED) ଏବେ ୟୁଜର୍ସଙ୍କୁ ସ୍କାନ ଏବଂ ୟୁପିଆଇ ଟ୍ରାଞ୍ଜାକ୍ସନ ସୁବିଧା ଉପଲବ୍ଧ କରାଇବ । କ୍ରେଡ୍ କହିଛି ଯେ ଏହାଦ୍ୱାରା ୟୁଜରଙ୍କୁ ବ୍ରାଣ୍ଡ୍ସ ଉପରେ ଡିଲ୍ସ ଏବଂ ଟ୍ରାଞ୍ଜାକ୍ସନ ଉପରେ କ୍ୟାସବ୍ୟାକ୍ ସହ ସହଭାଗିତା ପାର୍ଟନର ମର୍ଚ୍ଚାଣ୍ଟଙ୍କୁ କରାଯାଇଥିôବା ପେମେଣ୍ଟ ଉପରେ ୨ଗୁଣା ରିୱାର୍ଡ ପଏଣ୍ଟ ମିଳିବ । ଖାସ କଥା ହେଉଛି ଯେ କ୍ରେଡ୍ ର ଅନ୍ୟ ଅଫରିଂ ଭଳି ୟୁପିଆଇ ଜରିଆରେ ସ୍କାନ୍ ଏବଂ ପେ’ ର ସୁବିଧା ମଧ୍ୟ ୭୫୦ ରୁ ଅଧିକ କ୍ରେଡିଟ୍ ସ୍କୋର ଥିବା ଲୋକଙ୍କୁ ହିଁ ଉପଲବ୍ଧ ହେବ । ଏହାଦ୍ୱାରା କ୍ରେଡ୍ ପାଇଁ ଇନ–ଆପ୍ ଟ୍ରାଞ୍ଜାକ୍ସନ ବଢ଼ିବା ଅନୁମାନ କରାଯାଉଛି । କମ୍ପାନୀ ମୁଖପାତ୍ର କହିଛନ୍ତି ଯେ ଏହି କ୍ୟାସବ୍ୟାକକୁ ୟୁଜର୍ସଙ୍କ ବ୍ୟାଙ୍କ ଆକାଉଣ୍ଟରେ ନୁହେଁ ବରଂ କ୍ରେଡ୍ ବାଲାନ୍ସରେ ଦିଆଯିବ ଯେତେବେଳେକି ରିୱାର୍ଡସ କଏନ୍ କିମ୍ବା କ୍ରେଡ୍ ଜେମ୍ସ ଭାବରେ ଦିଆଯିବ ।
ସୂଚନାଯୋଗ୍ୟ, ଡିଜିଟାଲ ୱାଲଟେ ଫ୍ରିଚାର୍ଜର କୋ–ଫାଉଣ୍ଡର କୁଣାଲ ଶାହ ୨୦୧୮ ରେ ଏକ ନୂଆ ଷ୍ଟାର୍ଟଅପ୍ କ୍ରେଡ୍ ଲଞ୍ଚ କରିଥିଲେ । ଏହି ଆପ୍ ଯୋଗେ ଯଦି ଆପଣ ଆପଣଙ୍କ କ୍ରେଡିଟ୍ କାର୍ଡ ବିଲ୍ ପୈଠ କରୁଛନ୍ତି । ତେବେ ଆପଣଙ୍କୁ କ୍ୟାସବ୍ୟାକ୍ ବ୍ୟତୀତ ଅନେକ ରିୱାର୍ଡ ମିଳିଥାଏ । ଏହି ଆପରେ ଆପଣ ଯେତିକି ଟଙ୍କାର କ୍ରେଡିଟ୍ କାର୍ଡର ବିଲ୍ ପୈଠ କରୁଛନ୍ତି ଆପଣ ସେତିକି ଟଙ୍କାର କ୍ରେଡ୍ କଏନ ପାଇପାରିବେ । ଏହା ସହ ଭିନ୍ନ ଭିନ୍ନ କମ୍ପାନୀରୁ ମାଗଣା କିମ୍ବା ଡିସ୍କାଉଣ୍ଟ ରିୱାର୍ଡ ମଧ୍ୟ ପାଇପାରିବେ । ଏହା ସହ କ୍ରେଡ୍ କଏନକୁ ରିଡିମ କରି କ୍ୟାସବ୍ୟାକ୍ ପାଇପାରିବେ । ଉଦାହରଣ ପାଇଁ ଯଦି ଆପଣ ଏହି ଆପରୁ ୨୦ ହଜାର ଟଙ୍କାର କ୍ରେଡିଟ୍ କାର୍ଡ ବିଲ୍ ପୈଠ କରୁଛନ୍ତି ତେବେ ଆପଣଙ୍କୁ ୨୦ ହଜାର କ୍ରେଡ୍ କଏନ ମିଳିବ ।
କ୍ରେଡରେ ଏବେ କ୍ରେଡିଟ୍ କାର୍ଡ କିମ୍ବା ୟୁପିଆଇରେ ଘରଭଡ଼ା ଦେବା ସୁବିଧା ମଧ୍ୟ ରହିଛି । ଏହା ବ୍ୟତୀତ କ୍ରେଡ୍ କ୍ୟାସ୍ ଜରିଆରେ ଲୋନ୍ ମଧ୍ୟ ନେଇପାରିବେ । ଏହି ଆପ୍ ରେ ଆପଣ ଏଜୁକେସନ ଫିସ୍ ବି ଭରିପାରିବେ । ନିକଟରେ କମ୍ପାନୀ ଏହାର ୟୁଜର୍ସଙ୍କ ପାଇଁ କ୍ରେଡ୍ ମିଣ୍ଟ ନାମକ ଏକ ପିଟୁପି ଲେଣ୍ଡିଂ (P2P Lending) ଫିଚର ଲଞ୍ଚ କରିଛି । ଏହି ଫିଚର ଦ୍ୱାରା କ୍ରେଡ ମେମ୍ବର ଅନ୍ୟ କ୍ରେଡ୍ ମେମ୍ବରଙ୍କୁ କରଜ ନେଇ ୯ ପ୍ରତିଶତ ପର୍ଯ୍ୟନ୍ତ ବାର୍ଷିକ ଆୟ କମାଇପାରିବେ ।