fbpx

ବିସିସିଆଇକୁ ଝଟକା: ଆଇପିଏଲ ଅଂଶଗ୍ରହଣ ଉପରେ ରୋକ୍ ଲଗାଇଲା ଅଷ୍ଟ୍ରେଲିଆ

ନୂଆଦିଲ୍ଳୀ: ବିସିସିଆଇକୁ ଝଟକା । ଆଇପିଏଲ ପୂର୍ବରୁ ନିଜର ଖେଳାଳିଙ୍କ ଆଇପିଏଲରେ ଅଂଶଗ୍ରହଣ ଉପରେ ରୋକ ଲଗାଇଛି କ୍ରିକେଟ ଅଷ୍ଟ୍ରେଲିଆ । ୬ ଜଣ ଖେଳାଳି ଆଇପିଏଲର ପ୍ରଥମାର୍ଦ୍ଧରେ ଅଂଶଗ୍ରହଣ କରି ପାରିବେ ନାହିଁ । ୬ ଜଣ ଖେଳାଳିଙ୍କୁ ଜାତୀୟ ଦଳରୁ ବିଶ୍ରାମ ମିଳିଥିଲେ ହେଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଅନୁଯାୟୀ କୌଣସି ବିଦେଶୀ ଲିଗରେ ଏହି ଖେଳାଳି ମାନେ ଖେଳି ପାରିବେ ନାହିଁ । ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ନିଜର ଏକମାତ୍ର ଟି-୨୦ ମୁକାବିଲା ଏପ୍ରିଲଏ ୫ ତାରିଖରେ ଖେଳିବ । ତେଣୁ ୬ ତାରିଖ ପରେ ଏହି ଖେଳାଳି ମାନେ ଅଷ୍ଟ୍ରେଲିଆ ଛାଡି ପାରିବେ । ଅଷ୍ଟ୍ରେଲିଆ ଛାଡିବା ପରେ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ତେଣୁ ଏହି ଖେଳାଳି ମାନେ ୧୨ ତାରିଖ ପରେ ହିଁ ନିଜ ଫ୍ରାଞ୍ଚାଇଜି ସହିତ ଯୋଗ ଦେବେ ।

ଡେଭିଡ ୱାର୍ଣ୍ଣର, ଗ୍ଲେନ୍ ମ୍ୟାକ୍ସୱେଲ, ପ୍ୟାଟ କମିନ୍ସ, ଜୋଶ ହେଜେଲଉଡ, ଓ ମାଥ୍ୟୁ ୱେଡ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଥିବାରୁ ଏମାନେ ୧୨ ତାରିଖ ପରେ ସାମିଲ ହେବେ । ତେବେ ଟିମ ଡେଭିଡ୍, ଡାନିଏଲ ସାମ୍ସ, ରିଲି ମେରେଡିଥ୍ ଓ ନାଥାନ କୁଲ୍ଟର ନାଇଲ ନିଜ ଫ୍ରାଞ୍ଚାଇଜି ସହିତ ଆଇପିଏଲ ଆରମ୍ଭରୁ ସାମିଲ ହୋଇ ପାରିବେ ।

Get real time updates directly on you device, subscribe now.