CHARIDHAM

ଲାଇ ଡିଟେକ୍ସନ ଟେଷ୍ଟରେ ବିଦ୍ୟାଶ୍ରୀଙ୍କୁ କ’ଣ ପଚାରିଥିଲା କ୍ରାଇମବ୍ରାଞ୍ଚ?

ଭୁବନେଶ୍ୱର,୨୭ ।୮(ଓଡିଶା ଭାସ୍କର): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି ।ଭୁବନେଶ୍ୱର ଫରେନସିକ୍ ଲ୍ୟାବରେ ହୋଇଥିବା ଏହି ଟେଷ୍ଟରେ ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟାଶ୍ରୀଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । ୪୦ରୁ ଅଧିକ ପ୍ରଶ୍ନର ସମ୍ମୁଖୀନ ହେଲେ ବିଦ୍ୟାଶ୍ରୀ । ଆଦିତ୍ୟଙ୍କ ସହ ସାକ୍ଷାତଠାରୁ ଘଟଣାଦିନ ରାତିଯାଏ, ସବୁ ବିଷୟରେ ପଚାରିଥିଲା କ୍ରାଇମବ୍ରାଞ୍ଚ ।

ତେବେ ବିଦ୍ୟାଶ୍ରୀଙ୍କୁ ପଚରାଯାଇଥିବା ପ୍ରଶ୍ନ ଗୁଡିକ ହେଉଛି- ଉଭୟଙ୍କ ମଧ୍ୟରେ ପ୍ରଥମ ଦେଖା କେବେ ହୋଇଥିଲା? ଉଭୟଙ୍କ ମଧ୍ୟରେ ସମ୍ପର୍କ କେମିତି ଗଢି ଉଠିଥିଲା? ଘଟଣାଦିନ ରାତିରେ ଆଦିତ୍ୟଙ୍କ ସହ ଆପଣ ଥିଲେ କି? ଆପଣ ଦୁହିଁଙ୍କ ମଧ୍ୟରେ ସମ୍ପର୍କ କେମିତି ରହିଥିଲା? ଆଦିତ୍ୟଙ୍କ କେହି ବାହ୍ୟ ଶତ୍ରୁ ଥିଲେ କି? ମୃତ୍ୟୁର ୨୪ ଘଣ୍ଟା ପୂର୍ବରୁ ଦୁହିଁଙ୍କ ଭିତରେ କ’ଣ ଘଟିଥିଲା? ପୂର୍ବରୁ କୌଣସି କାରଣରୁ ଆଦିତ୍ୟ ଡିପ୍ରେସନରେ ଥିଲେ କି? ଆପଣ କେମିତିଜାଣିଲେ ଆଦିତ୍ୟ ଷ୍ଟେସନକୁ ଯାଇଛନ୍ତି? ଆପଣ କେମିତି ଷ୍ଟେସନ ଗଲେ ଓ ଖୋଜାଖୋଜି କଲେ? ଆତ୍ମହତ୍ୟା କରିବାକୁ ଯାଇଥିଲେ ବୋଲି ଆପଣ ଜାଣିଥିଲେ କି? ଶେଷଥର ପାଇଁ ଆପଣ ତାଙ୍କୁ କେଉଁଠି ଦେଖିଥିଲେ? ତାଙ୍କ ସହ ଶେଷଥର ପାଇଁ କ’ଣ କଥା ହୋଇଥିଲେ?କେଉଁ ବିଷୟରେ କେତେ ସମୟ ପାଇଁ କଥାବାର୍ତ୍ତା ହୋଇଥିଲେ? ଘରୁଯିବା ଅଳ୍ପ ସମୟ ଭିତରେ ମୃତଦେହ କିପରି ମିଳିଲା? ଆତ୍ମହତ୍ୟା ପାଇଁ ଯାଇଥିବା କଥା ଯଦି ଜାଣିଥିଲେ ଅଟକାଇଲେନି କାହିଁକି? ପପୁକୁ ଦେଇଥିବା ଟଙ୍କା ପାଇଁ ଝଗଡା ହୋଇଥିଲା କି? ୭୦ ହଜାର ଟଙ୍କାର ସତ କ’ଣ? ବାହାଘର ପରେ ଆପଣଙ୍କ ଭିତରେ ଝଗଡା ହେଉଥିଲା କି? ବିବାହର ୨୯ ଦିନ ଭିତରେ ଆଦିତ୍ୟ ଆତ୍ମହତ୍ୟା କଲେ କାହିଁକି? ସ୍ୱାମୀଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ କରୁଛନ୍ତି?

ତେବେ ଦିବ୍ୟାଶ୍ରୀଙ୍କ ପରେ ଆଦିତ୍ୟଙ୍କ ବନ୍ଧୁ ବିକାଶ, ପପୁଙ୍କୁ ମଧ୍ୟ ଏହି ଟେଷ୍ଟ ନିମନ୍ତେ ଡକାଯାଇପାରେ ବୋଲି ଶୁଣିବାକୁ ମିଳୁଛି ।