fbpx

ଷଷ୍ଠ ସନ୍ତାନର ବାପା ହେବେ ରୋନାଲ୍ଡୋ: ଗାର୍ଲଫ୍ରେଣ୍ଡ ଜନ୍ମ ଦେବେ ଜାଆଁଳା ସନ୍ତାନ

Advertisement

ନୂଆଦିଲ୍ଳୀ: ମାଞ୍ଚେଷ୍ଟର ୟୁନାଇଟେଡ ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍ଡୋ ଷଷ୍ଠ ଥର ପାଇଁ ପିତୃତ୍ୱ ଲାଭ କରିଛନ୍ତି । ନିଜ ଗର୍ଲଫ୍ରେଣ୍ଡ ଜର୍ଜିଆନା ରଡ୍ରିଗ୍ୱେଜ ଜାଆଁଳା ସନ୍ତାନ ଜନ୍ମ ଦେବାକୁ ଯାଉଥିବା ନେଇ ସେ ଘୋଷଣା କରିଛନ୍ତି । ଜର୍ଜିଆନାଙ୍କ ସହିତ ଏକ ଫଟୋ ଏବଂ ଶିଶୁଙ୍କ ମାମୋଗ୍ରାଫି ଶେୟାର କରିଛନ୍ତି ରୋନାଲ୍ଡୋ । ନିଜର ଇନଷ୍ଟାଗ୍ରାମରେ ଏହି ଫଟୋ ସହିତ ଷଷ୍ଠ ସନ୍ତାନ ସମ୍ପର୍କରେ ଘୋଷଣା କରିଛନ୍ତି ରୋନାଲ୍ଡୋ । ନିକଟରେ ନିଜର ପୂର୍ବତନ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡରେ ଯୋଗ ଦେଇଥିବା ରୋନାଲ୍ଡୋଙ୍କୁ ଫୋବର୍ସ ପକ୍ଷରୁ ବିଶ୍ୱର ସବୁଠାରୁ ଅଧିକ ଆୟକାରୀ ଖେଳାଳି ଭାବରେ ଘୋଷଣା କରାଯାଇଥିଲା ।

ପୂର୍ବରୁ ରୋନାଲ୍ଡୋଙ୍କର ୪ଟି ସନ୍ତାନ ରହିଥିଲା । ଜାଆଁଳା ଇଭା ଏବଂ ମାଟେଓ, କ୍ରିଷ୍ଟିଆନୋ ଜୁନିୟର ଏବଂ ଜର୍ଜିଆନାଙ୍କ ଔରସରୁ ଆଲାନା ମାର୍ଟିନା ରହିଛନ୍ତି । ଏହା ସହିତ ନିଜର ୪ ସନ୍ତାନଙ୍କ ସହିତ ସନ୍ତରଣ କରୁଥିବାର ଆଉ ଏକ ଫଟୋ ଶେୟାର କରିଛନ୍ତି ରୋନାଲ୍ଡୋ । ୧୨ ବର୍ଷ ପରେ ପର୍ତ୍ତୁଗାଲ ଅଧିନାୟକ ମାଞ୍ଚେଷ୍ଟର ୟୁନାଇଟେଡକୁ ଫେରିଛନ୍ତି । ପୂର୍ବରୁ ରୋନାଲ୍ଡୋ ୟୁନାଇଟେଡ ପକ୍ଷରୁ ୩ଟି ପ୍ରିମିୟର ଲିଗ୍ ଏବଂ ଥରେ ୟୁଏଫା ଚାମ୍ପିୟନ୍ସ ଲିଗ୍ ଜିତିଛନ୍ତି ।

Get real time updates directly on you device, subscribe now.