ସାତକୋଶିଆ ଯିବାକୁ ପ୍ଲାନ କରିଛନ୍ତି କି? ଜାଣନ୍ତୁ ଏତିକି ଦିନ ବନ୍ଦ ରହିବ

ଆଜିଠୁ ୩ ଦିନ ଯାଏଁ ସାତକୋଶିଆରେ କୁମ୍ଭୀର ଗଣନା

ଅନୁଗୁଳ: ଆଜିଠୁ ୩ ଦିନ ଯାଏଁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି। କୁମ୍ଭୀର ଗଣନାରେ ୧୪ଟି ଟିମରୁ ମୋଟ ୭୦ କର୍ମଚାରୀ ନିୟୋଜିତ ରହିଛନ୍ତି। ଏହି କାରଣ ପାଇଁ ୭ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ସାତକୋଶିଆକୁ ଆସିବା ପାଇଁ ବାରଣ କରାଯାଇଛି। ମହାନଦୀରେ ବୋଟିଂ କିମ୍ବା ମାଛ ଧରିବାକୁ ମଧ୍ୟ ପ୍ରଶାସନ ବାରଣ କରିଛି।

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ପୁଣିଥରେ ମହାବଳ ବାଘ ଫେରାଇ ଆଣିବାକୁ ବନ ବିଭାଗ ସମ୍ପୂର୍ଣ୍ଣ ଉଦ୍ୟମ ଜାରି ରଖିଛି। ୧୫ଟି ସର୍ତ୍ତ ସହ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନଟିସିଏ) ଅନୁମତି ପ୍ରଦାନ କରିଥିବାରୁ ବନ ବିଭାଗ ଗୋଟିଏ ପରେ ଗୋଟିଏ ସର୍ତ୍ତ ପୂରଣ କରୁଛି।

ଅଭୟାରଣ୍ୟର କୋର୍ ଏରିଆ ଇତି ମଧ୍ୟରେ ଗାଁ ଶୂନ୍ୟ ହୋଇଛି। ସେଠାରେ ରହୁଥିବା ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯିବା ସହ ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଇଛି।