fbpx

ପତ୍ନୀ ଓ ପିଲାମାନଙ୍କୁ ବନ୍ଧକ ରଖିଥିବା ଯବାନ ନିଜକୁ ମାରିଲେ ଗୁଳି: କିଛି ଘଣ୍ଟା ଧରି ଖେଳାଇଥିଲେ ଆତଙ୍କ

Advertisement

ଯୋଧପୁର: ରାଜସ୍ଥାନ ଯୋଧପୁରର ଏକ ତାଲିମ ଶିବିରରେ ପତ୍ନୀ ଏବଂ ପିଲାମାନଙ୍କୁ ବନ୍ଧକ ରଖି ଫାୟାରିଂ କରିଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଯବାନ ନିଜକୁ ଗୁଳି କରିଛନ୍ତି । ଗତ କିଛି ଘଣ୍ଟା ଧରି ଯବାନ ନିଜ ପତ୍ନୀ ଏବଂ ପିଲାମାନଙ୍କୁ ବନ୍ଧକ ରଖିଥିଲେ । କେବଳ ଏତିକି ନୁହେଁ, ପୋଲିସ ପାଖକୁ ଯିବା ମାତ୍ରେ ସେ ଫାୟାରିଂ କରୁଥିଲେ । ଏବେ ଖବର ମିଳିଛି କି, ସିଆରପିଏଫର ଏହି କନଷ୍ଟେବଳ ନିଜକୁ ଗୁଳି ମାରିଛନ୍ତି ।

ସୂଚନା ଅନୁସାରେ, ଏହି ଯବାନଙ୍କ ନାମ ନରେଶ ପଟେଲ । ସେ ରାଜସ୍ଥାନର ବାସିନ୍ଦା । ୧୫ ଘଣ୍ଟାରୁ ଅଧିକ ସମୟ ଧରି ସେ ନିଜ ପତ୍ନୀ ଏବଂ ୮ ବର୍ଷର ବାଳିକାକୁ ତାଲିମ ଶିବିରରେ ନିଜ ବାସଭବନରେ ବନ୍ଧକ ରଖିଥିଲେ । ସେ କିଛି ସମୟ ବ୍ୟବଧାନ ମଧ୍ୟରେ ଗୁଳି ମଧ ଫୁଟାଉଥିଲେ । ଫଳରେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା  ।

ଏବେ ଏହା କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ପୋଲିସ କମିଶନର ରବିଦତ୍ତ ଗୌଡ଼ ନିଶ୍ଚିତ କରିଛନ୍ତି ଯେ, କନଷ୍ଟେବଳ ନରେଶ ପଟେଲ ନିଜକୁ ଗୁଳି ମାରିଛନ୍ତି । ପ୍ରାୟ ୩ ବର୍ଷ ଧରି ଯୋଧପୁର ସିଆରପିଏଫ ତାଲିମ କେନ୍ଦ୍ରରେ ନରେଶଙ୍କୁ ପୋଷ୍ଟିଂ କରାଯାଇଥିଲା  । କେତେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ନରେଶଙ୍କୁ ମଦ ପିଇବାର ଅଭ୍ୟାସ ଥିଲା । କୁହାଯାଉଛି ଯେ, ଅନେକ ଦିନ ଧରି ଛୁଟି ନମିଳିବାରୁ ସେ ବିରକ୍ତ ହୋଇଥିଲେ । ଛୁଟି ନେଇ ଡିଜିଙ୍କ ସହ ବିବାଦ ପ୍ରସଙ୍ଗ ମଧ୍ୟ ସାମ୍ନାକୁ ଆସୁଛି । ବିଳମ୍ବିତ ରାତିରୁ ସେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କୁ ଷ୍ଟାଫ୍ କ୍ୱାର୍ଟରରେ ବନ୍ଧକ ରଖିଥିଲେ ।

Get real time updates directly on you device, subscribe now.