ନୂଆଦିଲ୍ଲୀ- ସିବିଏସଇ କେନ୍ଦ୍ରୀୟ ଶିକ୍ଷକ ଚୟନ ପରୀକ୍ଷା ଡିସେମ୍ବର ୨୦୨୪ର ପ୍ରୋଭିଜନାଲ ଆନ୍ସର କି ଜାରି କରିଛି । ଯାହାକୁ କ୍ୟାଣ୍ଡିଡେଟମାନେ ସିବିଏସଇର ଆଧିକାରିକ ୱେବସାଇଟରେ ଦେଖିପାରିବେ ।
କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ତରଫରୁ କେନ୍ଦ୍ରୀୟ ଶିକ୍ଷକ ଚୟନ ପରୀକ୍ଷା (ସିଟିଇଟି) ଡିସେମ୍ବର ୨୦୨୪ର ପେପର୧,୨ର ପ୍ରୋଭିଜନାଲ ଆନ୍ସର ଜାରି କରିଛି । ଏହାକୁ ଅଫିସିଆଲ ୱେବସାଇଟ ctet.nic.in ଯାଇ ଡାଉନଲୋଡ କରିପାରିବେ ।
ଏଥିସହ ଆଶାୟୀ ସ୍କାନ କରାଯାଇଥିବା ଓଏମଆର ସିଟ ବି ପାଇପାରିବେ ଏହି ୱେବସାଇଟରୁ ।
ଅଭିଯୋଗ ଦାୟର କରିପାରିବେ- ଯଦି କୌଣସି ପ୍ରଶ୍ନର ଉତ୍ତରକୁ ନେଇ ଆଶାୟୀଙ୍କୁ ଆପତ୍ତି ଅଭିଯୋଗ କରିବାକୁ ଥିବ ତେବେ ଜାନୁଆରୀ ୧ରୁ ୫ ମଧ୍ୟରେ ଅନଲାଇନରେ ତାହା ମଧ୍ୟ କରିପାରିବେ ।
ଏଥିପାଇଁ ପ୍ରତି ପ୍ରଶ୍ନ ପତ୍ର ପାଇଁ ଏକ ହଜାର ଟଙ୍କା ଦେବାକୁ ହେବ । ଯଦି ଅଭିଯୋଗରେ ସତ୍ୟାସତ୍ୟ ଥିବ ତେବେ ଏହି ଅର୍ଥ ପୁଣି ସେହି ଆକାଉଣ୍ଟକୁ ଫେରାଇ ଦିଆଯିବ ବୋଲି ସ୍ପଷ୍ଟ କରିଛି ସିବିଏସଇ ।
ସିଟିଇଟି କେବେ ହୋଇଥିଲା- ଗତମାସ ୧୪ ଓ ୧୫ ତାରିଖରେ ଏହି ପରୀକ୍ଷାର ଆୟୋଜନା କରିଥିଲା ସିଟିଇଟି । ଏବେ ଆନସର କି ଡାଉନ ଲୋଡ କରି ଆଶାୟୀ ଶିକ୍ଷକ ନିଜ ପ୍ରଶ୍ନର ଉତ୍ତର ଚେକ କରିପାରିବେ ବୋଲି କହିଛି ସିବିଏସଇ ।
କେମିତି ହେବ ଡାଉନଲୋଡ- ସିଟିଇଟିର ଅଫିସିଆଲ ସାଇଟ ctet.nic.in କୁ ଯାଆନ୍ତୁ ।
ହୋମପେଜରେ ଦିଆଯାଇଥିବା ସିଟିଇଟି ଆନସର କି ୨୦୨୪ ଲିଙ୍କରେ କ୍ଲିକ କରନ୍ତୁ ।
ଲଗଇନ ଡିଟଲ୍ସ ଭରି ଏହାକୁ ଦାଖଲ କରିବାକୁ ହେବ ।
ଆନ୍ସର କି ଚେକ କରନ୍ତୁ ଓ ଆଗକୁ ଆବଶ୍ୟକ ହେଲେ ହାର୍ଡ କପି ସେଭ କରି ନିଅନ୍ତୁ ।