ପୁରୀରେ ଲାଗୁହେଲା ୪୮ ଘଣ୍ଟିଆ କର୍ଫ୍ୟୁ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ରଥଯାତ୍ରା ପାଇଁ ପୁରୀ ସହରରେ ଦୁଇ ଦିନିଆ କର୍ଫ୍ୟୁ ଲାଗୁ କରାଯାଇଛି । ରବିବାର ରାତି ୮ଟାରୁ କର୍ଫ୍ୟୁ ଲାଗୁ କରାଯାଇଛି । ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବା ନେଇ ଘୋଷଣା କରାଯାଇଛି । ବିନା ଭକ୍ତରେ ହେବାକୁ ଥିବା ରଥଯାତ୍ରା ପାଇଁ କେବଳ ସେବକ ଓ ପୋଲିସ ଅଂଶଗ୍ରହଣ କରିବେ । ସୁରକ୍ଷା ପାଇଁ 65 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

ଏହା ସହିତ କର୍ଫ୍ୟୁ ସମ୍ପର୍କରେ କୌଣସି ସୂଚନା ପାଇଁ ସରକାରଙ୍କ ପକ୍ଷରୁ ଏକ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ଟୋଲ ଫ୍ରି ନମ୍ବରଟି ହେଉଛି ୧୮୦୦୩୪୫୭୯୪୫ ।