fbpx

ରେଲୱେ ଷ୍ଟେସନରେ ବିରାଟ ଦୁର୍ଘଟଣା: ବର୍ଷା ଯୋଗୁଁ ପୋଲ୍ ରେ କରେଣ୍ଟ, ଷ୍ଟେସନରେ ମହିଳା ମୃତ

ନୂଆଦିଲ୍ଲୀ: ଦେଶରେ ଟ୍ରେନ ଜନିତ ଦୁର୍ଘଟଣା ଥମିବାର ନାଁ ନେଉନି । ବାରମ୍ବାର ରେଲୱେର ଅବହେଳା ଯୋଗୁଁ ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ଘେରି ରହୁଛି । ଏଭଳି ଏକ ସଙ୍ଗୀନ ମାମଲା ବର୍ତ୍ତମାନ ସାମନାକୁ ଆସିଛି । ବିଦ୍ୟୁତ କରେଣ୍ଟ ସଂସ୍ପର୍ଶରେ ଆସି ଜଣେ ମହିଳା ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି । ତେବେ ଏହି କରେଣ୍ଟ ଷ୍ଟେସନର ଏକ ପୋଲ୍ ରୁ ଆସିଥିଲା, ଯାହା ମହିଳାଙ୍କ ଜୀବନ ନେଇଛି । ତେବେ ରେଲୱେର ଏହି ଅବହେଳା ଯୋଗୁଁ ଆଜି ପୁଣି ଏକ ନିରୀହ ଜୀବନ ଯାଇଛି ।

ସୂଚନା ଅନୁସାରେ, ଦିଲ୍ଲୀ ପ୍ରୀତବିହାର ଅଞ୍ଚଳର ସାକ୍ଷୀ ଆହୁଜା ନାମକ ଜଣେ ମହିଳା ସକାଳ ସାଢେ ୫ଟା ସମୟରେ ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ପହଞ୍ଚିଥିଲେ । ଭୋପାଲ ଶତାବ୍ଦୀ ଟ୍ରେନରେ ଯିବାତାଙ୍କ ସହିତ ଆଉ ୨ ଜଣ ମହିଳା ଏବଂ ଛୋଟ ପିଲାମାନେ ମଧ୍ୟ ଆସିଥିଲେ । କିନ୍ତ ସାରା ରାତି ପ୍ରବଳ ବର୍ଷା ଯୋଗୁଁ ଷ୍ଟେସନର ଆଖପାଖରେ ପାଣି ଭର୍ତ୍ତି ହୋଇ ଯାଇଥିଲା । ଏହି ସମୟରେ ଷ୍ଟେସନ ପାଖକୁ ଯିବା ବେଳେ ପାଣିରୁ ବଞ୍ଚିବା ପାଇଁ ଇଲେକ୍ଟ୍ରିକ ପୋଲ୍ କୁ ଧରି ପକାଇଥିଲେ ସାକ୍ଷୀ । କିନ୍ତୁ ଇଲେକ୍ଟ୍ରିକ ପୋଲ୍ ଛୁଇଁବା ମାତ୍ରେ ତାଙ୍କୁ ଜୋରଦାର ବିଦ୍ୟୁତ ଆଘାତ ଲାଗିଥିଲା ଏବଂ ସେ ସେଠାରେ ପଡି ଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ସାକ୍ଷୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ସତର୍କତାର ସହ ପ୍ରଥମେ ସାକ୍ଷୀଙ୍କୁ ବିଦ୍ୟୁତ ପୋଲ୍ ର ଉଦ୍ଧାର କରାଯାଇ ମେଡିକାଲକୁ ନିଆ ଯାଇଥିଲା । କିନ୍ତୁ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି ସାକ୍ଷୀ ।

वह जगह, जहां महिला को लगा करंट. (Photo: ANI)

ତେବେ ପୋଲିସର ସୂଚନା ଅନୁଯାୟୀ, ଷ୍ଟେସନରେ ପ୍ରବଳ ବର୍ଷା ଯୋଗୁଁ ୱାଟର ଲଗିଙ୍ଗ ଭଳି ସମସ୍ୟା ସୃଷ୍ଟି ହୋଇଥିଲା । ଏହି ପାଣିରେ ଏକ ବିଦ୍ୟୁତ ତାର ଛିଡି ପଡିଥିବା ବେଳେ ସାକ୍ଷୀ ଏହି କରେଣ୍ଟ ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି । ସାକ୍ଷୀଙ୍କ ମୃତ୍ୟୁ ପାଇଁ ରେଲୱେକୁ ଦାୟୀ କରି ତାଙ୍କ ସମ୍ପର୍କୀୟା ଆଇପିସି ଧାରା ୨୮୭/୩୦୪-ଏ ଅନ୍ତର୍ଗତ ଏକ ମାମଲା ରୁଜୁ କରିଛନ୍ତି । ଏହାପରେ ଘଟଣାସ୍ଥଳର ଯାଞ୍ଚ କରିବା ସହ କ୍ରାଇମ ଟିମ ଏହି ମାମଲାର ତଦନ୍ତକାର୍ଯ୍ୟ ଆରମ୍ଭ କରିଛି ।

Get real time updates directly on you device, subscribe now.