fbpx

ଏଲପିଜି ଗ୍ରାହକଙ୍କ ପାଇଁ ବଡ଼ ଖବର: ଏଣିକି ନିଜ ପସନ୍ଦର ଡିଲରଙ୍କ ଠାରୁ ଭରିପାରିବେ ସିଲିଣ୍ଡର

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଉପଭୋକ୍ତାଙ୍କୁ ଆରାମ ଦେବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ । ରନ୍ଧନ ଗ୍ୟାସ ଉପଭୋକ୍ତା ଏଣିକି ନିଜ ପସନ୍ଦର ଡିଲରଙ୍କ ଠାରୁ ଭରିପାରିବେ ଏଲପିଜି ସିଲିଣ୍ଡର । ଏ ନେଇ ଅନୁମତି ଦେଇଛି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ।

ଗୁରୁବାର ଏ ନେଇ ବିବୃତ୍ତି ଜାରି କରି ମନ୍ତ୍ରାଳୟ କହିଛନ୍ତି କି, ସମସ୍ତ ଗ୍ରାହକଙ୍କ ପାଖରେ ଏଲପିଜି ସିଲିଣ୍ଡର ସୁଲଭରେ ଯେପରି ପହଞ୍ଚିପାରିବ ତାହା ଏହି ପଦକ୍ଷେପର ଲକ୍ଷ୍ୟ । ଆହୁରି ମଧ୍ୟ କୁହାଯାଇଛି କି, ‘‘ ଏଲପିଜି ଉପଭୋକ୍ତାଙ୍କୁ ଆହୁରୀ ଅଧିକ ସଶକ୍ତ କରାଯିବ । ଏଥିପାଇଁ ସେମାନେ କେଉଁ ବିତରକଙ୍କ ଠାରୁ ଏଲପିଜି ରିଫିଲ କରିବାକୁ ଚାହିଁନ୍ତି, ତାହା ସେମାନେ ନିର୍ଣ୍ଣୟ ନେବେ । ଏ ନେଇ ଅନୁମତି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

’’ଉପଭୋକ୍ତା ନିଜ ତେଲ ବିତରଣ କମ୍ପାନୀ (ଓଏମସି) ମଧ୍ୟରେ ନିଜ ନିଜ ଠିକଣାରେ ଡେଲିଭରି କରୁଥିବା ଡିଲରଙ୍କ ସୂଚୀରୁ ନିଜ ପାଇଁ ‘ଡେଲିଭରି ଜିଷ୍ଟ୍ରିବ୍ୟୁଟର’ ଚୟନ କରିପାରିବେ । ତେବେ ଏଥିପାଇଁ କୌଣସି ଗ୍ରାହକ ଏହି ପୋର୍ଟେବିଲିଟିକୁ ଡିଷ୍ଟ୍ରିବ୍ୟୁଟର ପାଖକୁ ଯିବା ବିନା ପୂରଣ କରିପାରିବେ ।‘‘ଗ୍ରାହକ ଏହି ଅନଲାଇନ ପୋର୍ଟେବିଲିଟିର ଲାଭ ବିନା ବିତରକଙ୍କ ପାଖକୁ ନ ଯାଇ, କେବଳ ସେହି ସମାନ କମ୍ପାନୀର ଅନ୍ୟ କୌଣସି ବିତରକଙ୍କ ପାଖରୁ ନେଇପାରିବେ, ଯେଉଁମାନେ ସେହି ବଜାରରେ କାମ କରୁଥିବେ ।ଏହି ଅନ୍ୟାନ୍ୟ ସୁବିଧା ପାଇଲଟ ପର୍ଯ୍ୟାୟରେ ଶୀଘ୍ର ଚଣ୍ଡୀଗଡ, କୋୟମ୍ବାଟୁର, ଗୁରୁଗ୍ରାମ, ପୁଣେ ଓ ରାଞ୍ଚିରେ ଲଞ୍ଚ କରାଯିବ ।

Get real time updates directly on you device, subscribe now.