କଟକ: କଟକ ସହରରେ ବହୁଳ ଭାବେ ବ୍ୟବହାର ହେଉଛି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍। ଏହା ବିରୋଧରେ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରକାରୀଙ୍କ ବିରୋଧରେ ବର୍ତ୍ତମାନ ଆକ୍ସନ ନିଆଯାଇଛି। ଗତ ୬ ମାସ ମଧ୍ୟରେ ୧୮୦୦ କେଜି ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ଜବତ ହୋଇଛି। ଏହିସବୁ ତଥ୍ୟ ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ କିଳିତ ଉତ୍ତରରେ ଜଣାପଡିଛି। ଚଳିତ ରଥଯାତ୍ରାରେ ୧୭ ହଜାର କେଜି ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଜବତ ହୋଇଥିଲା। ଏଥିସହ ପୁରୀ ଜିଲ୍ଲାରୁ ମଧ୍ୟ ୮ ଲକ୍ଷ ୫୦ ହଜାର ପେଟ୍ ବୋତଲ ସଂଗ୍ରହ ହୋଇଥିଲା।