fbpx

କଟକ ଅଗ୍ନିକାଣ୍ଡ: ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ଅଗ୍ନିଶମ ଡିଜି କହିଲେ, “ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଛି”

ଓଡିଶା ଭାସ୍କର: କଟକସ୍ଥିତ ଏକ ଘରୋଇ ନର୍ସିଂହୋମରେ ନିଆଁ ଲାଗିଛି । ନର୍ସିଂହୋମର ତୃତୀୟ ମହଲାରୁ ଗୁରୁତର ରୋଗୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । ପୁରୀଘାଟସ୍ଥିତ ଏହି ଘରୋଇ ନର୍ସିଂହୋମରେ ଅନେକ ରୋଗୀ ଚିକିତ୍ସିତ ହେଉଥିଲେ । ୩ ୟ ମହଲାରେ ଥିବା ଆଇସିୟୁରେ ନିଆଁ ଲାଗିଥିବା ଜଣା ପଡିଛି । ଆମ୍ପୁଲାନ୍ସ ଅଭାବ କାରଣରୁ ଅନେକ ଗୁରୁତର ରୋଗୀ ରାସ୍ତାରେ ଦୟନୀୟ ସ୍ଥିତିର ସାମ୍ନା କରୁଛନ୍ତି । ସିଡି ଲଗାଇ ୩ ୟ ମହଲାରୁ ରୋଗୀଙ୍କୁ ଉଦ୍ଧାର କରାଯାଉଛି । ନିଆଁ ଲାଗିବାର କାରଣ ଏବେ ବି ଅସ୍ପଷ୍ଟ ରହିଛି ।

କଟକର ତ୍ରିଶା ହସ୍ପିଟାଲରେ ଏହି ନିଆଁ ଲାଗିଛି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାହାସହ ରୋଗୀଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସଠିକ ଭାବରେ ପାଳନ କରିବାକୁ ନେଇ ମଧ୍ୟ ସେ ନିର୍ଦ୍ଦେଶ ଜାରି କରିଛନ୍ତି । ସେପଟେ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ମହଜୁତ ଥିଲା ବୋଲି ଅଗ୍ନିଶମ ଡିଜି କହିଛନ୍ତି । ବର୍ଷେ ପୂର୍ବରୁ ଏହାର ରିନ୍ୟୁ ମଧ୍ୟ ହୋଇଥିଲା । ସେପଟେ ଏଠାରେ ଚିକିତ୍ସିତ ହେଉଥିବା ଶିଶୁଙ୍କୁ କଟକ ଶିଶୁଭବନକୁ ସ୍ଥାନାସ୍ତର କରାଯାଇଛି । ସେପଟେ ହସ୍ପିଟାଲ ଆଇସିୟୁରେ ନିଆଁ ଲାଗି ନଥିବା କହିଛନ୍ତି ହସ୍ପିଟାଲ କତ୍ତୃପକ୍ଷ ।

Get real time updates directly on you device, subscribe now.