fbpx

କଟକ ଲୁଟର ପର୍ଦ୍ଦାଫାସ

କଟକ,୨୪ ।୧୧(ଓଡିଶା ଭାସ୍କର): କଟକ ନୟାସଡକ ଲୁଟ ଘଟଣାର ପର୍ଦ୍ଦାଫାସ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ଏନେଇ ଟ୍ୱିଟ କରି ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଲୁଟ ସୁନା ସହ ବାଇକ ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ତଦନ୍ତ ପ୍ରକ୍ରିୟା ଜାରି ରହିଛି ।’ ଦିନ ୧ଟାରେ ପ୍ରେସମିଟରେ ଏସମ୍ପର୍କରେ ବିସ୍ତୃତ ସୂଚନା ଦେବେ କମିଶନର ।

ତେବେ ଗତ ୧୯ ତାରିଖରେ ଆଇଆଇଏଫଏଲରୁ ଲୁଟ୍ ହୋଇଥିଲା । ଯାହାର ୬ ଦିନ ଭିତରେ ପୋଲିସକୁ ମିଳିଲା ବଡ ସଫଳତା ।

Get real time updates directly on you device, subscribe now.