fbpx

ମାତିଛନ୍ତି ସାଇବର ଠକ, ଏହି ହେଲ୍ପଲାଇନ୍ ନମ୍ବରରେ କଲ୍ କରିବାକୁ ପୋଲିସ କମିଶନରଙ୍କ ପରାମର୍ଶ

ଭୁବନେଶ୍ୱର: ଦିନକୁ ଦିନ ସାଇବର ଠକଙ୍କ ପାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ଏହା ପୋଲିସ ଓ ସାଧାରଣ ଜନତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହିକ୍ରମରେ ସାଇବର ଠକ ଗତ ୬ ମାସରେ ପ୍ରାୟ ୩୬ କୋଟି ଟଙ୍କା ଲୁଟି ସାରିଥିବା ପୋଲସ କହିଛି । ଏନେଇ ଥାନାରେ ମୋଟ ୨୩୯୪ଟି ସାଇବର ଥାନାରେ ରିପୋର୍ଟ ହୋଇଛି । ପଦକ୍ଷେପ ସ୍ୱରୂପ ପୋଲିସ ସାଇବର ଠକଙ୍କ ୯ କୋଟି ୫୦ ଲକ୍ଷ ଟଙ୍କା ଫ୍ରିଜ୍ କରିସାରିଛି ।

ଅଭିଯୋଗକାରୀଙ୍କୁ ୪୬ ଲକ୍ଷ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଏହି ଘଟଣାରେ ମୋଟ ୨୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ଜଣ ଆନ୍ତଃରାଜ୍ୟ ଠକ ରହିଛନ୍ତି । ଇନଭେଷ୍ଟମେଣ୍ଟ ଫ୍ରଡ୍ ନାମରେ ମଧ୍ୟ ଅନେକ ଲୋକଙ୍କୁ ସାଇବର ଠକ ଠକୁଥିବାବେଳେ ଜିଡିଟାଲ ଆରେଷ୍ଟର ଅଧିକ ମାମଲା ରୁଜୁ ହୋଇଛି । ଏଭଳି ଠକଙ୍କ କବଳରୁ ବର୍ତ୍ତିବା ପାଇଁ ପୋଲିସ କମିଶନର ୧୯୩୦ ନମ୍ବରରେ କଲ୍ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।

 

Get real time updates directly on you device, subscribe now.