fbpx

(Video) ୨୫ରେ ସ୍ଥଳଭାଗ ଛୁଇଁବ ବାତ୍ୟା: SRCଙ୍କ ବଡ଼ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଏସଆରସି ପ୍ରଦୀପ ଜେନା ବାତ୍ୟାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇସାରିଥିବା ବେଳେ ଆସନ୍ତାକାଲି ଏହା ଅବପାତର ରୂପ ନେବ । ୨୩ ଅକ୍ଟୋବର ସୁଦ୍ଧା ତୀବ୍ର ଅବପାତ ରୂପ ନେବା ଆକଳନ କରାଯାଇଛି । ୨୪ ତାରିଖରେ ସାମୁଦ୍ରିକ ଝଡ଼ ରୂପ ନେଇପାରେ ।’

ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ । ବାତ୍ୟା ୨୫ ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁବ । ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତ୍ତୀ ଅଞ୍ଚଳରେ ଛୁଇଁବ ବାତ୍ୟା । ବାତ୍ୟା ଓଡ଼ିଶା ସ୍ଥଳଭାଗ ଛୁଇଁବ ନାହିଁ । ୨୪ରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶା ଉପକୂଳରୁ ୨୦୦ କିମି ଦୂରରେ ବାତ୍ୟା ଗତି କରିବ । ଉପକୂଳରେ ୫୦ରୁ ୬୦ କିମି ବେଗରେ ପବନ ବହିବା ଆକଳନ କରାଯାଇଛି ବୋଲି ସେ କହିଛନ୍ତି ।

ତେବେ ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାର ସଜାଗ ରହିଛନ୍ତି । ଜିଲ୍ଲା ପ୍ରଶାସନକୁ ସଜାଗ ରଖାଯାଇଛି । ଜନସାଧାରଣ ବାତ୍ୟାକୁ ନେଇ ଆତଙ୍କିତ ହୁଅନ୍ତୁନି ବୋଲି ଏସଆରସି କହିଛନ୍ତି । ସତର୍କତା ପାଇଁ ଓଡ୍ରାଫ, ଅଗ୍ନିଶମ, ଏନଡିଆରଏଫ ମୁତୟନ କରିବୁ ବୋଲି ମଧ୍ୟ ସେ କହିଛନ୍ତି ।

Get real time updates directly on you device, subscribe now.