fbpx

ଆସନ୍ତା ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କ DA ବଢ଼ିବ! ପ୍ରତ୍ୟେକ ମାସରେ DA ବାବଦକୁ ଆକାଉଣ୍ଟକୁ ଆସିବ ୨୧,୬୨୨ ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ସରକାର ବର୍ଦ୍ଧିତ ମହଙ୍ଗା ଭତ୍ତା (ଡିଏ) ଘୋଷଣା କରିବେ । ଡିଏ ବୃଦ୍ଧି ଫଳରେ ଆପଣଙ୍କ ଆକାଉଣ୍ଟକୁ ମୋଟା ଅଙ୍କର ଅର୍ଥ ଆସିବ । କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ବୃଦ୍ଧି ପାଇ ୩୮ ପ୍ରତିଶତରେ ପହଞ୍ଚିଛି । ଆସନ୍ତା ମାସରେ ଏହି ଅର୍ଥ ସମସ୍ତ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିବ ।

ଏକ ବିଶେଷ ରିପୋର୍ଟ ମୁତାବକ, ଡିଏ ବୃଦ୍ଧି ଘୋଷଣା କେନ୍ଦ୍ର ସରକାର ଆସନ୍ତା ମାସରେ କରିପାରନ୍ତି । ଏଥିସହିତ ଆସନ୍ତା ମାସରେ କର୍ମଚାରୀଙ୍କ ଆକାଉଣ୍ଟକୁ ଅର୍ଥ ଟ୍ରାନ୍ସଫର ମଧ୍ୟ ହୋଇପାରେ । ଜୁଲାଇ, ଅଗଷ୍ଟ ମାସର ଏରିୟର ଅର୍ଥ ମଧ୍ୟ ମିଳିବ । ସପ୍ତମ ବେତନ ଆୟୋଗଙ୍କ ବର୍ତ୍ତମାନର ସ୍କେଲ ଅନୁଯାୟୀ କର୍ମଚାରୀ ଓ ପେନସନଧାରୀଙ୍କୁ ୩୪ ପ୍ରତିଶତ ଦରରେ ଡିଏ ଓ ଡିଆର ଦିଆଯାଉଛି । ମାତ୍ର ଆଗକୁ ଡିଏ ବଢ଼ୁଥିବାର କର୍ମଚାରୀଙ୍କ ମାସିକ ବେତନରେ ପରିବର୍ତ୍ତନ ଘଟିବ ।

୩୮ ପ୍ରତିଶତ ଡିଏ ହିସାବ ଅନୁଯାୟୀ, ଆପଣଙ୍କୁ ୫୬,୯୦୦ ଟଙ୍କାର ସର୍ବାଧିକ ବେସିକ ସାଲାରିରେ ପ୍ରତ୍ୟେକ ମାସରେ ୨୧,୬୨୨ ଟଙ୍କାର ଡିଏ ମିଳିବ । ଏହି ପେ’ ସ୍କେଲଧାରୀଙ୍କୁ ବାର୍ଷିକ ୨,୫୯,୪୬୪ ଟଙ୍କାର ଫାଇଦା ମିଳିବ ।

Get real time updates directly on you device, subscribe now.