fbpx

ପୁତୁରାକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡିଲେ ଦାଦା, ଉଦ୍ଧାର ହେଲା ମୃତଦେହ

ବାରଙ୍ଗ(ଭାସ୍କର ନ୍ୟୁଜ୍‌): କାଠଯୋଡି ନଦୀରେ ଘଟିଛି ଏକ ଅଭାବନୀୟ ଘଟଣା । ପୁତୁରାକୁ ବଞ୍ଚାଇବାକୁ ଯାଇ ଦାଦାର ମୃତ୍ୟୁ ଘଟିଛି ।ମୃତକ ଜଣକ ହେଲେ କୁସିନ୍ଦା ଗ୍ରାମର ପ୍ରଶାନ୍ତ ମୁଦୁଲି(୩୫) ।ପୁତୁରା ବୁଡ଼ି ଯାଉଥିବା ଦେଖି ତାକୁ ଉଦ୍ଧାର କରିବାକୁ ଦାଦା ପ୍ରଶାନ୍ତ ପାଣିକୁ ଡେଇଁ ପଡିଥିଲେ । ପୁତୁରାକୁ ଉଦ୍ଧାର କରିଥିଲେ କିନ୍ତୁ ସେ ମଧ୍ୟ ଗଭୀର ଜଳରେ ଖସି ଯାଇ ନିଖୋଜ ହୋଇଯାଇଥିଲେ । ସ୍ଥାନୀୟ ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପ୍ରଶାନ୍ତର କୌଣସି ବି ପତ୍ତା ମିଳିନଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ପରେ ଅଗ୍ନିଶମ କର୍ମଚାରୀ ଯୁବକଙ୍କୁ ଉଦ୍ଧାର କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ବାରଙ୍ଗ ବ୍ଲକ୍‌ ଅନ୍ତର୍ଗତ କୁହ୍ନେଇପଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ କୁସିନ୍ଦା ଗ୍ରାମର ଶ୍ରୀ ମୁଦୁଲି ନିଜ ପୁତୁରାକୁ ଧରି ସବୁଦିନ ଭଳି ଶୁକ୍ରବାର ପୂର୍ବାହ୍ନରେ ସୁବାସ ସେତୁ ନିକଟ କାଡଯୋଡି ନଦୀକୁ ଗାଧେଇବାକୁ ଯାଇଥିଲେ । ଗାଧୋଉ ଥିବାବେଳେ ଅସାବଧନତା ବଶତଃ ତାଙ୍କ ପୁତୁରା ଗଭୀର ଜଳକୁ ଖସିଯାଇଥିଲା । ପୁତୁରା ବୁଡ଼ି ଯାଉଥିବା ଦେଖି ତାକୁ ଉଦ୍ଧାର କରିବାକୁ ଦାଦା ପ୍ରଶାନ୍ତ ପାଣିକୁ ଡେଇଁ ପଡିଥିଲେ । ସେ ମଧ୍ୟ ଗଭୀର ଜଳରେ ଖସି ଯାଇ ନିଖୋଜ ହୋଇଯାଇଥିଲେ । ସେଠାରେ କୁହ୍ନେଇପଡା ଗ୍ରାମର ବିକାଶ ନାୟକ ବୋଲି ଜଣେ ଯୁବକ ଦାଦା, ପୁତୁରା ବୁଡ଼ି ଯାଇଥିବା ଦେଖି ସାହସର ସହିତ ପାଣିକୁ ଡେଇଁ ପୁତୁରାକୁ ଉଦ୍ଧାର କରିଥିଲା । ମାତ୍ର ପ୍ରଶାନ୍ତର କୌଣସି ପତ୍ତା ପାଇନଥିଲା । ପରେ ଏହି ଘଟଣା ସମ୍ପର୍କରେ ବିକାଶ ସେଠାକାର ସ୍ଥାନୀୟ ଲୋକଙ୍କୁ ଖବର କରିଥିଲେ । ସ୍ଥାନୀୟ ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପ୍ରଶାନ୍ତର କୌଣସି ବି ପତ୍ତା ପାଇନଥିଲେ । ଖବର ପାଇ ବାରଙ୍ଗ ଅଗ୍ନିଶ୍ରମ ବିଭାଗର ରାଜ କିଶୋର ଜେନା ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରଶାନ୍ତକୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ବାରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ବଡଡାକ୍ତର ଖାନାକୁ ପଠାଇଥିଲେ ।

Get real time updates directly on you device, subscribe now.