fbpx

ଏ କି ମାନସିକତା.. ଦଳିତ ବୋଲି କଣ ଏତେ ଅତ୍ୟାଚାର, ମଜୁରୀ ମାଗିଲେ ବୋଲି ମୁହଁରେ ଛେପ ପକାଇ ପରିସ୍ରା କଲେ

ନୂଆଦିଲ୍ଲୀ: ବିହାରରୁ ସାମ୍ନାକୁ ଆସିଲା ନିନ୍ଦନୀୟ ଘଟଣା । ମଜୁରୀ ମାଗିବା କାରଣରୁ ବାପା-ପୁଅ ମିଶି ଦଳିତ ଯୁବକଙ୍କୁ ନିର୍ଯାତନା ଦେଇଥିବା ଖବର ସାମ୍ନାକୁ ଆସିଛି । ମଜୁରୀ ମାଗିବା ବେଳେ ତାଙ୍କୁ ନିର୍ଦ୍ଧୁମ ଛେଚିବା ସହିତ ମୁହଁରେ ଛେପ ପକାଇ ପରିସ୍ରା କରିଥିବା ଅଭିଯୋଗ ହୋଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏହି ଘଟଣା ବିହାର ମୁଜଫରପୁରର ଚୌପର ମଦନ ଗ୍ରାମର ଅଟେ । ରିଙ୍କୁ ନାମକ ଜଣେ ଦଳିତ ଯୁବକ ଅକ୍ଟୋବର 4 ତାରିଖରେ ମଜୁରୀ ମାଗିବା ପାଇଁ ଯାଇଥିଲେ । ତେବେ ମାଗିବା ବେଳେ ହଠାତ୍ ରାଗି ଯାଇଥିଲେ ମାଲିକ । ଏହାପରେ ମାଲିକ କିଛି ଅନ୍ୟ ଲୋକ ସହିତ ମିଶି ରିଙ୍କୁଙ୍କୁ ମାଡ ମାରିବା ସହିତ ତାଙ୍କ ଉପରେ ଛେପ ପକାଇବାକୁ ମଧ୍ୟ ପଛାଇନଥିଲେ । ଏହାସହ କିଛି ଲୋକଙ୍କୁ ଡାକି ତାଙ୍କ ଉପରେ ପରିସ୍ରା କରିଥିଲେ । ତେବେ ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାରେ ପୋଲିସ କାହା ଉପରେ କାର୍ଯ୍ୟାନୁଷ୍ଠାନ ନେଇନଥିବା ବେଳେ ଭିଡିଓ ଆଧାରରେ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.