ଷ୍ଟେଟ ବ୍ୟାଙ୍କ ଆଣିଲା ଦମଦାର Scheme… ମିଳିବ ଡବଲ ଫାଇଦା: ପିଲାଠୁ ବୁଢା ହେବେ ଲାଭବାନ୍

ଷ୍ଟେଟ ବ୍ୟାଙ୍କର ଏହି ସ୍କିମରେ ଧମାକା ଅଫର ପାଇବେ ଗ୍ରାହକ, ଅଧିକ ସୁଧ ସହ ମିଳିବ ଅନ୍ୟାନ୍ୟ ସୁବିଧା

ନୂଆଦିଲ୍ଲୀ: ଭାରତରେ ସବୁଠାରୁ ବିଶ୍ୱସ୍ତ ବ୍ୟାଙ୍କ ତାଲିକାରେ ଖୁବ ଉପରେ ରହିଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ବିଭିନ୍ନ ବ୍ୟାଙ୍କିଙ୍ଗ ସୁବିଧା ସୁଯୋଗ ଯୋଗାଇ ଦେଉଛି ଷ୍ଟେଟ ବ୍ୟାଙ୍କ । ବର୍ତ୍ତମାନ ବ୍ୟାଙ୍କ ତରଫରୁ ୨ଟି ଯୋଜନା ଲଞ୍ଚ କରାଯାଇଛି । ଏହା ଗ୍ରାହକଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି ।

SBIର ୨ଟି ନୂଆ ଯୋଜନା: ଗ୍ରାହକଙ୍କୁ ଅଧିକ ଲାଭବାନ୍ କରିବା ପାଇଁ ୨ଟି ନୂଆ ସ୍କିମ୍ ଆରମ୍ଭ କରିଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଗ୍ରାହକଙ୍କୁ ଅଧିକ ସୁଧ ଦେବା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇବ ।

ହର୍ ଘର୍ ଲଖପତି ଯୋଜନା: ଏହା ହେଉଛି ଏକ ପ୍ରି-କାଲକୁଲେଟ ହୋଇଥିବା ରେକରିଙ୍ଗ ଡିପୋଜିଟ ଯୋଜନା । ଏହାଦ୍ୱାରା ଗ୍ରାହକ ୧ ଲକ୍ଷ ବା ଅଧିକ ଟଙ୍କା ଜମା କରିବାରେ ସହାୟକ ହେବ । ଏହି ଯୋଜନା ଫାଇନାନ୍ସିଆଲ ଟାର୍ଗେଟ ହାସଲ କରିବା ପ୍ରକ୍ରିୟା ସରଳ କରିଛି । ଏହାଦ୍ୱାରା ଗ୍ରାହକ ନୂଆ ଯୋଜନା କରିବା ସହିତ ସଞ୍ଚୟ କରିପାରିବେ । ନାବାଳକଙ୍କ ପାଇଁ ମଧ୍ୟ ଏହି ଯୋଜନା ଉପଲବ୍ଧ ରହିଛି ।

ଏସବିଆଇ ପେଟ୍ରନ୍ସ: ଏହା ହେଉଛି ଏକ ଫିକ୍ସଡ ଡିପୋଜିଟ ଯୋଜନା । ବିଶେଷକରି ୮୦ ବା ଏହାଠାରୁ ଅଧିକ ବୟସର ବ୍ୟକ୍ତିମାନଙ୍କ ପାଇଁ ଏହି ଯୋଜନା ପ୍ରସ୍ତୁତ କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ବ୍ୟାଙ୍କ ସହିତ ବରିଷ୍ଠ ନାଗରିକଙ୍କର ଦୀର୍ଘ ଦିନର ସମ୍ପର୍କକୁ ଧ୍ୟାନରେ ରଖି ଏସବିଆଇ ସ୍କିମ୍ ବର୍ଦ୍ଧିତ ସୁଧ ହାର ପ୍ରଦାନ କରୁଛି । ‘ଏସବିଆଇ ପାଟ୍ରନ୍’ ଉଭୟ ପୁରୁଣା ଏବଂ ନୂଆ ଏଫଡି ନିବେଶକଙ୍କ ପାଇଁ ଉପଲବ୍ଧ।

ବରିଷ୍ଠ ନାଗରିକଙ୍କ ପାଇଁ FD ହାର:

  • 7 ଦିନରୁ 45 ଦିନ 4.00%
  • 46 ଦିନରୁ 179 ଦିନ 6.00%
  • 180 ଦିନରୁ 210 ଦିନ 6.75%
  • 211 ଦିନରୁ 1 ବର୍ଷରୁ କମ୍ 7.00%
  • 1 ବର୍ଷରୁ 2 ବର୍ଷରୁ କମ୍ 7.30%
  • 2 ବର୍ଷରୁ 3 ବର୍ଷରୁ କମ୍ 7.50%
  • 3 ବର୍ଷରୁ 5 ବର୍ଷରୁ କମ୍ 7.25%
  • 5 ବର୍ଷ ଏବଂ 10 ବର୍ଷ ପାଇଁ 7.50% *

ସାଧାରଣ ନାଗରିକଙ୍କ ପାଇଁ ପର୍ଯ୍ୟାୟ RD ହାର ବରିଷ୍ଠ ନାଗରିକଙ୍କ ପାଇଁ RD ହାର

  • 1 ବର୍ଷ – 1 ବର୍ଷ 364 ଦିନ 6.80% ରୁ 7.30%
  • 2 ବର୍ଷ – 2 ବର୍ଷ 364 ଦିନ 7.00% ରୁ 7.50%
  • 3 ବର୍ଷ – 4 ବର୍ଷ 364 ଦିନ 6.50% ରୁ 7.00%
  • 5 ବର୍ଷ – 10 ବର୍ଷ 6.50% ରୁ 7.00%