ପାରାଦୀପ(ଓଡ଼ିଶା ଭାସ୍କର): ପାରାଦୀପ ବଟ ନଦୀରେ ମାଛ ମଡ଼କ । ପାଣିରେ ମରି ଭାସୁଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଉ । ମଲା ମାଛକୁ ଲୋକମାନେ ବୋହିନେଉଥିବାର ଦେଖିବାକୁ ମିଳିଛୁ । ବର୍ତ୍ତମାନ ସୁଦ୍ଧା ମାଛ ମଡ଼କର କାରଣ ଜଣାପଡିନାହିଁ ।
ତେବେ ଅନୁସନ୍ଧାନ ପରେ ମାଛ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ରାଜ୍ୟ ପ୍ରଦୁଶିଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ସୂଚନା ଦେଇଛନ୍ତି। ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ମାଛ ମଡ଼କକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି ।
ପୂର୍ବରୁ ରାଜନୈତିକ ଶତ୍ରୁତାକୁ ନେଇ ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଷ ପକାଇଦେବା କାରଣରୁ ଟନ ଟନ ମାଛ ମାରି ଦେଇଥିବା ନେଇ ଅଭିଯୋଗ ଆଣିଲେ ଘେରି ମାଲିକ ପ୍ରଭାକର ଲେଙ୍କା ।