fbpx

ସମୁଦ୍ର କୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ସନ୍ଦେହ

Advertisement

କୋଣାର୍କ, ୯ା୫ (ଓଡିଶା ଭାସ୍କର): ଆଜି ସକାଳୁ ପୁରୀ ସମୁଦ୍ର କୂଳରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । କୋଣାର୍କ ଚନ୍ଦ୍ରଭାଗା ମେରାଇନ ଥାନା ନିକଟରୁ ଉଦ୍ଧାର କରାଯାଇଥିବା ଉକ୍ତ ମହିଳାଙ୍କ ପରିଚୟ ମିଳି ପାରିନାହିଁ । ଖବର ପାଇ ଘଟଣାସ୍ଥଳରେ ମେରାଇନ ଥାନା ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ସମୁଦ୍ର କୂଳରେ ଜଣେ ମଧ୍ୟବୟସ୍କ ମହିଳାଙ୍କ ଶବ ପଡ଼ି ରହିଥିଲା । କିଛି ପ୍ରାତଃଭ୍ରମଣକାରୀ ଏହାକୁ ଦେଖିବା ପରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ତେବେ ମୃତ୍ୟୁର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନଥିଲେ ମଧ୍ୟ ଏହା ଏକ ଦୁଷ୍କର୍ମଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ମହିଳାଙ୍କ ଦେହରେ କୌଣସି ପୋଷାକ ନଥିଲା । ତେଣୁ ମୃତ୍ୟୁ ପୂର୍ବରୁ ମହିଳା ଜଣଙ୍କ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା କୁହାଯାଇଛି ।

Get real time updates directly on you device, subscribe now.