‘ଯିଏ ନାରୀର ଅପମାନ କରେ ସେ କ’ଣ ପୁରୁଷ..’, ଦୋଷୀକୁ ଫାଶୀ ଦଣ୍ଡ ଦେଇ ପୀଡ଼ିତାଙ୍କ ପାଇଁ କବିତା ଲେଖିଲେ ଜଜ
୬ ବର୍ଷୀୟ ଶିଶୁର ଦୁଷ୍କର୍ମ-ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ଡ ଦେଲେ ଜଜ
ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ନର୍ମଦାପୁରମ ଜିଲ୍ଲାର ସିୱନୀ ମାଲୱାରେ ୬ବର୍ଷୀୟ ଶିଶୁର ଦୁଷ୍କର୍ମ ପରେ ହତ୍ୟା କରିଥିବା ଦୋଷୀକୁ ଫାଶୀ ଦଣ୍ଡର ଶୁଣାଣି ହୋଇଛି।
କୋର୍ଟ ଅଭିଯୁକ୍ତ ଉପରେ ୩୦୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ଏଥିସହ ପୀଡ଼ିତା ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ମଧ୍ୟ ମିଳିବ। ଏଥିସହ ବିଚାରପତି ତବସୁମ ଖାନ ନିଜ ନିଷପତ୍ତି ଶୁଣାଣିରେ ନୀରିହଙ୍କ ପାଇଁ କବିତା ଲେଖିଛନ୍ତି।
୮୮ ଦିନ ଚାଲିଲା ଶୁଣାଣି: ସୂଚନାନୁଯାୟୀ, ୨୦୨୫ ଜାନୁଆରୀ ୨ ତାରିଖରେ ଦୋଷୀ ଅଜୟ ଶିଶୁଟିକୁ ଅପହରଣ କରିଥିଲା। ଏହାପରେ ଦୁଷ୍କର୍ମ କରି ନୀରିହ ଶିଶୁକୁ ହତ୍ୟା କରିଥିଲା।
ଜେରା ପରେ ଅପରାଧୀ ଅଜୟ ଧୁର୍ବେ ନିଜ ଦୋଷ ସ୍ୱୀକାର କରିଥିଲା। ଏହାପରେ କୋର୍ଟ ବର୍ତ୍ତମାନ ଏହି ନିଷ୍ପତ୍ତିର ଶୁଣାଣି କରି ଦୋଷୀକୁ ଫାଶୀ ଦଣ୍ଡର ଶୁଣାଣି କରିଛନ୍ତି।
ଜଜ ତବସୁମ ଖାନ ଲେଖିଲେ କବିତା:
ହାଁ ମୈ ହୁଁ ନିର୍ଭୟା,
ହାଁ ଫିର ଏକ ନିର୍ଭୟା।
ଏକ୍ ଛୋଟା ସା ପ୍ରଶ୍ନ ଉଠା ରହି ହୁଁ।
ଜୋ ନାରୀ କା ଅପମାନ୍ କରେ,
କ୍ୟା ବୋ ମର୍ଦ ହୋ ସକତା ହୈ।
କ୍ୟା ଜୋ ଇଂସାଫ ନିର୍ଭୟାକୋ ମିଲା,
ବୋ ମୁଝେ ମିଲ୍ ସକତା ହୈ।